ଆର୍ମି କ୍ୟାମ୍ପରେ ଆତଙ୍କବାଦୀ ଆକ୍ରମଣ: ଜଣେ ଯବାନ ଆହତ

ଜମ୍ମୁ: ଜମ୍ମୁ-କାଶ୍ମୀରରେ ପୁଣି ଆତଙ୍କବାଦୀ ଆକ୍ରମଣ ହୋଇଛି। ସୁଞ୍ଜୱାନ ଆର୍ମି କ୍ୟାମ୍ପ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏଥିରେ  ଜଣେ ଯବାନ ଓ ତାଙ୍କ ଝିଅ ଆହତ ହୋଇଥିବା  ସୂଚନା ମିଳିଛି। କ୍ୟାମ୍ପ ଭିତରେ ଗୁଳି ଚାଳନା ଶବ୍ଦ ଶୁଣାଯିବା ପରେ ଏହି ଅଞ୍ଚଳକୁ  ଘେରାବନ୍ଦୀ କରାଯାଇଛି।  କ୍ୟାମ୍ପର ଫ୍ୟାମିଲି କ୍ୱାର୍ଟର୍ସ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିବା କୁହାଯାଉଛି।

୨ ଜଣ ଆତଙ୍କବାଦୀ ଆସି ଏହି ଆକ୍ରମଣ କରିଥିବା ଜଣାପଡ଼ିଛି। ଜୈଶ-ଏ-ମହମ୍ମଦ ଆତଙ୍କବାଦୀମାନେ ଏହି ଆକ୍ରମଣ କରିଥିବା କୁହାଯାଉଛି।