ବାରମୁଲା ଏନକାଉଣ୍ଟର: ଜଣେ ଯବାନ ସହିଦ୍, ଜଣେ ଆତଙ୍କବାଦୀ ମୃତ

ଶ୍ରୀନଗର: ଜମ୍ମୁ କଶ୍ମୀରର ବାରମୁଲାରେ ସୁରକ୍ଷାବଳୟ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଗୁଳିବିନିମୟ ଶେଷ ହୋଇଛି।

ଏହି ଗୁଳିବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଅନ୍ୟଜଣେ ଏସପିଓ ସହିଦ ହୋଇଛନ୍ତି। ଧାରା ୩୭୦ ଉଚ୍ଛେଦ ହେବାର ୧୬ ଘଣ୍ଟା ପରେ ବାରମୁଳାରେ ଆତଙ୍କବାଦୀଙ୍କୁ ଘେରି ଯାଇ ସର୍ଚ୍ଚ ଅପରେଶନ କରିଥିଲେ ଯବାନ। ଉଭୟଙ୍କ ମଧ୍ୟରେ କିଛି ଘଣ୍ଟା ଗୁଳି ବିନିମୟ ଚାଲିବା ପରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା। ଏହାପରେ ମୃତ ଆତଙ୍କବାଦୀର ଶବ ଜବତ କରି ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।