ବରଫ ଅତଡ଼ା ଖସିବା ଘଟଣାରେ ଯବାନଙ୍କ ମୃତ୍ୟୁ ସଂଖ୍ୟା ୧୪ ଛୁଇଁଲା

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରର ବାନ୍ଦୀପୁରର ଗୁରେଜ ସେକ୍ଟରରେ ବରଫ ଅତଡ଼ା ଖସି ୧୪ଜଣ ଯବାନଙ୍କ ମୃତ୍ୟୁ ହୋଇଛି। ଗତକାଲି ସେନା କ୍ୟାମ୍ପ୍‌ ଉପରେ ଅଚାନକ ବରଫ ଅତଡ଼ା ପଡ଼ିବାରୁ ୧୦ ଜଣ ଯବାନଙ୍କ ମୃତ୍ୟୁ ଘଟିଥିଲା। ଆଜି ଘଟଣାସ୍ଥଳରୁ ଆଉ ୪ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗତକାଲି ଜଣେ ଯବାନଙ୍କୁ ଜୀବିତ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ୪ ଜଣ ସାଧାରଣ ନାଗରିକଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା।  ଘଟଣାସ୍ଥଳରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଖବର ମୁତାବକ ଲଗାତାର ତୁଷାର ପାତ ଯୋଗୁଁ ଜାନୁଆରୀ ୨୫ ତାରିଖ ସନ୍ଧ୍ୟାରେ ଏଠାରେ ଦୁଇଟି ବଡ଼ ବରଫସ୍ଖଳନ ହୋଇଥିଲା। ଏହି ବରଫସ୍ଖଳନରେ ପ୍ରଥମେ ସେନାର କ୍ୟାମ୍ପ କ୍ଷତିଗ୍ରସ୍ତ ହୋଇଥିଲା।

ପାଣିପାଗ ବିଭାଗର ଖବର ମୁତାବକ ଆସନ୍ତା କିଛିଦିନ ପର୍ଯ୍ୟନ୍ତ ଜମ୍ମୁ-କାଶ୍ମୀରର ପାହାଡ଼ିଆ ଅଞ୍ଚଳରେ ଆହୁରି ଅଧିକ ବରଫସ୍ଖଳନ ହେବାର ଆଶଙ୍କା ରହିଛି।