୬ ମାସ ପରେ ମିଳିଲା ନିଖୋଜ ଯବାନଙ୍କ ମୃତ ଶରୀର

ଶ୍ରୀନଗର: ୬ ମାସ ପରେ ମିଳିଲା ନିଖୋଜ ଯବାନଙ୍କ ମୃତ ଶରୀର। ଏନେଇ ସେନାର ଜଣେ ଅଧିକାରୀ ଗତକାଲି ସୂଚନା ଦେଇଛନ୍ତି।  ଗତ ବର୍ଷ  ଜମ୍ମୁ-କାଶ୍ମୀରର କୁପୱାଡ଼ା ଜିଲ୍ଲାରେ ଭୁସ୍ଖଳନ ପରେ  ସେ ନିଖୋଜ ହୋଇଯାଇଥିଲେ। ତାଙ୍କ ନାଁ  ସିପାହୀ ସମି ସିଂହ(୨୬)। ସେ ୧୧ ଡିସେମ୍ୱର  ୨୦୧୭ରେ ନିଖୋଜ ହୋଇଯାଇଥିଲେ। ସମିଙ୍କ ମୃତଶରୀର ଗତ ବୁଧବାର ଦିନ ଉଦ୍ଧାର କରାଯାଇଛି।

ଏହାପରେ ସେନା ପକ୍ଷରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଏହି ଅବସରରେ ସେନାର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ସେନାର ଜଣେ ଅଧିକାରୀ କହିଛନ୍ତି,“ସମି ସିଂହଙ୍କ ପାର୍ଥିବ ଶରୀରକୁ ହିମାଳଚଳ ପ୍ରଦେଶର କାଙ୍ଗଡ଼ା ଜିଲ୍ଲା ସ୍ଥିତ ତାଙ୍କ ପୈତୃକ ଗାଁ ମକରେଲୀକୁ ପଠାଇ ଦିଆଯାଇଛି। ତାଙ୍କ ଶୋକ ସନ୍ତପ୍ତ ପରିବାର ପାଖରେ ସେନା ରହିଛି। ”

ସୂଚନାଯୋଗ୍ୟ, ୨୦୧୨ ମସିହାରେ  ସମି ସିଂହ ସେନାରେ ଯୋଗ ଦେଇଥିଲେ। ତାଙ୍କ ପରିବାରରେ ତାଙ୍କ ବାପା-ମାଆ ଅଛନ୍ତି।

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More