ଲସ୍କର-ଇ-ତୋଏବାର ମୋଷ୍ଟ ଓ୍ୱାଣ୍ଟେଡ୍ ଟପ୍ କମାଣ୍ଡରଙ୍କ ସମେତ ୮ ଆତଙ୍କବାଦୀ ନିହତ

ଶ୍ରୀନଗର: ଜାମ୍ମୁ କାଶ୍ମୀର ସୋପିଆନ୍‌ରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିୟ ହୋଇଛି। ଏଥିରେ ଲସ୍କର-ଇ-ତୋଏବାର ମୋଷ୍ଟ ଓ୍ୱାଣ୍ଟେଡ୍ ଟପ୍ କମାଣ୍ଡର ସମେତ ୮ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଜଣେ ଆତଙ୍କବାଦୀ ଆତ୍ମସମର୍ପଣ କରିଛନ୍ତି। ୪ଜଣ ଯବାନ ମଧ୍ୟ ଏଥିରେ ଆହତ ହୋଇଛନ୍ତି।

ପ୍ରଥମେ ଦକ୍ଷିଣ କାଶ୍ମୀରରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏହାପରେ ଯବାନମାନେ ସର୍ଚ୍ଚ ଅପରେସନ୍ କରି ସୋପିଆନ୍ ଓ ଅନନ୍ତନାଗରେ ଭିନ୍ନ ଭିନ୍ନ ସ୍ଥାନରେ ଏନ୍‌କାଉଣ୍ଟର କରିଥିଲେ। ଏଥିରେ ୭ ଆତଙ୍କବାଦୀ ସୋପିଆନ୍‌ରେ ନିହତ ହୋଇଥିଲେ। ଜଣେ ଆତଙ୍କବାଦୀ ଅନନ୍ତନାଗ ଜିଲ୍ଲାରେ ନିହତ ହୋଇଛନ୍ତି।

ପରବର୍ତ୍ତୀ ସମୟରେ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ବନିହାଲ ଓ ଶ୍ରୀନଗର ମଧ୍ୟରେ ରେଳ ସେବାକୁ ବନ୍ଦ ରଖାଯାଇଛି। ଇଣ୍ଟରନେଟ୍ ସେବାକୁ ମଧ୍ୟ ଦକ୍ଷିଣ କାଶ୍ମୀରର କିଛି ସ୍ଥାନରେ ବନ୍ଦ ରଖାଯାଇଛି। ଗତ ତିନି ଦିନ ଧରି ଆତଙ୍କବାଦୀଙ୍କ ପକ୍ଷରୁ ସିରିଜ ହମଲା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ଅପରେସନ୍ ଚାଲିଥିଲା।