ଜମ୍ମୁ ଓ କାଶ୍ମୀରରେ ପୁଣି ଉଡ଼ିଲା ପାକିସ୍ତାନୀ ପତାକା

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ପୁଣି ଥରେ ଉଡ଼ିଲା ପାକିସ୍ତାନୀ ପତାକା। ଶ୍ରୀନଗରରେ ଆଜି ଆୟୋଜିତ ପ୍ରଥମ ଅନ୍ତର୍ଜାତୀୟ ହାଫ୍ ମାରାଥନରେ ବିଚ୍ଛିନ୍ନତାବାଦୀମାନେ ପାକିସ୍ତାନୀ ପତାକା ଉଡ଼ାଇ ଥିଲେ। ତା’ସହିତ ପାକିସ୍ତାନ ସପକ୍ଷରେ ନାରାବାଜି କରିଥିଲେ। ପ୍ରତିଯୋଗୀମାନଙ୍କ ଗହଣରେ ସାମିଲ ବିଚ୍ଛିନ୍ନତାବାଦୀମାନେ ଭଙ୍ଗାରୁଜା କରିବା ସହିତ ପୋଲିସ୍ ଉପରକୁ ପଥର ଫିଙ୍ଗି ଥିଲେ। ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ୍ ପକ୍ଷରୁ ଲୁହବୁହା ଗ୍ୟାସ୍ ଓ ଲାଠିଚାର୍ଜ କରାଯାଇଥିଲା।

ଆଜିର ଏହି ହାଫ୍ ମାରାଥନରେ ପ୍ରାୟ ୧୫,୦୦୦ ପ୍ରତିଯୋଗୀ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରେ ୧୫ ଜଣ ବିଦେଶୀ ବି ସାମିଲ ହୋଇଥିଲେ। ସକାଳ ସାଢ଼େ ୬ଟାରେ ହଜରତବଲ ସ୍ଥିତ କାଶ୍ମୀର ବିଶ୍ୱବିଦ୍ୟାଳୟରୁ ଆରମ୍ଭ ହୋଇ ଡଲ୍ ହ୍ରଦ୍ ଦେଇ ପୁଣି ବିଶ୍ୱବିଦ୍ୟାଳୟରେ ଶେଷ ହୋଇଥାଆନ୍ତା।