ପୁଣି ପାକିସ୍ତାନର ବିଶ୍ୱାସ ଘାତକତା: ଅସ୍ତ୍ରବିରତି ଉଲ୍ଲଂଘନ, ଜଣେ ଯବାନ ସହିଦ୍‌

ଶ୍ରୀନଗର: ପୁଣି ଥରେ ସୀମାରେ ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରିଛି । ଜମ୍ମୁ ଓ କାଶ୍ମୀର ଆରଏସ୍‌ପୁରା ସୀମାରେ ପାକ୍ ସେନା ଅନବରତ ଗୁଳି ମାଡ଼ କରିଛି। ଫଳରେ ଜଣେ ଭାରତୀୟ ଯବାନ ସହିଦ ହୋଇଛନ୍ତି। ସେ ହେଉଛନ୍ତି ବିଏସ୍ଏଫର ୭୮ ବାଟାଲିଅନ୍‌ର ହେଡ୍‌ କନଷ୍ଟେବଲ୍ ସୁରେଶ। ଏଥିସହ ୩ ଜଣ ସ୍ଥାନୀୟ ବାସିନ୍ଦା ମଧ୍ୟ ଆହତ ହୋଇଛନ୍ତି।

ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ପାକିସ୍ତାନ ପଟୁ ଆଖିବୁଜା ଗୁଳି ଚାଳନ ହୋଇଥିଲା। ଯାହାର କଡ଼ା ଜବାବ ଭାରତୀୟ ଯବାନ ଦେଇଛନ୍ତି। ଗତକିଛି ଦିନ ତଳେ ଏଲ୍ଓସି ନିକଟରେ ଅନୁପ୍ରବେଶକାରୀଙ୍କୁ ରୋକିବାରେ ଭାରତୀୟ ସେନା ସଫଳ ହୋଇଥିଲା। ତେବେ ସୀମାରେ ଉତ୍ତେଜନା ଏବଂ ଆତଙ୍କବାଦୀଙ୍କୁ ପ୍ରବେଶ କରାଇବା ପାଇଁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ ହେଉଥିବା ଅଭିଯୋଗ ହୋଇଛି।