ଜମ୍ମୁ-କାଶ୍ମୀର: ସୁରକ୍ଷାକର୍ମୀ-ଆତଙ୍କୀ ମଧ୍ୟରେ ଗୁଳିବିନିମୟ, ଜଣେ ଆତଙ୍କୀ ମୃତ, ୨ ସୁରକ୍ଷାକର୍ମୀ  ଆହତ

ଜମ୍ମୁ: ଜମ୍ମୁ-କାଶ୍ମୀରର ବରାମୁଲା ଜିଲ୍ଲାର ତଂଗମାର୍ଗ ଅନ୍ତର୍ଗତ କୁଞ୍ଜେର ଅଞ୍ଚଳରେ ବୁଧବାର ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବୁନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି।  ଦୁଇ ଜଣ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଛନ୍ତି। ଆହତ ହୋଇଥିବା ସରୁକ୍ଷାକର୍ମୀଙ୍କୁ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି। ସକାଳ ପ୍ରାୟ ୭ଟା ୪୫ରୁ ଆରମ୍ଭ ହୋଇଥିବା ଏହି ଗୁଳିବିନିମୟ ଅଦ୍ୟାବଧି ଜାରି ରହିଛି।

ସୂଚନାଯୋଗ୍ୟ, ଗତ ଗୁରୁବାର ସୁରକ୍ଷାକର୍ମୀଙ୍କ ସହ ହୋଇଥିବା ସଂଘର୍ଷରେ ଦୁଇ ଜଣ ଫେରାର ପୋଲିସ କର୍ମଚାରୀ(ଏସପିଓ)ଙ୍କ ମୃତ୍ୟୁ ହୋଇଥିଲା। ମୃତକ ଦ୍ୱୟ ହେଲେ ଗୁଲ୍ ମହମ୍ମଦ ଏବଂ ରିୟାଜ ଅହମ୍ମଦ। ଏମାନେ ସେନା କ୍ୟାମ୍ପରୁ ଅସ୍ତ୍ରଶସ୍ତ୍ର ଧରି ଫେରାର ହୋଇଯାଇଥିଲେ। ତାଙ୍କ ପାଖରୁ ଏକେ-୪୭ ରାଇଫଲ ଜବତ କରାଯାଇଥିଲା।

ସେହିପରି  ଅକ୍ଟୋବର -୧୦ରେ ଜମ୍ମୁ଼-କାଶ୍ମୀର ହନ୍ଦୱାଡା ଏନକାଉଣ୍ଟରରେ ଜଣେ ଆତଙ୍କୀର ମୃତ୍ୟୁ ହୋଇଥିଲା।