ଜମ୍ମୁ-କାଶ୍ମୀର: ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ଜଣେ ଯବାନ ଶହୀଦ,୨ ଆହତ

ଶ୍ରୀନଗର: ଜମ୍ମୁ-କାଶ୍ମୀରର କୁପୱାରା ଜିଲ୍ଲା ଅନ୍ତର୍ଗତ ଟଙ୍ଗଧର ଠାରେ ନିୟନ୍ତ୍ରଣ ରେଖା (ଏଲଓସି)ରେ ଶନିବାର–ରବିବାର ରାତିରେ ଆତଙ୍କବାଦୀଙ୍କ ସହିତ ଗୁଳି ବିନିମୟରେ ଜଣେ ଯବାନ  ଶହୀଦ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ଆତଙ୍କବାଦୀ ମାନେ ସୀମା ପାର ହୋଇ ଭାରତ ଭିତରକୁ  ପଶିବାକୁ ଚେଷ୍ଟା କରିଥିଲେ। ତେବେ ସେମାନଙ୍କ ଯୋଜନାକୁ ପଣ୍ଡ କରି ଦେଇଥିଲେ।