ଜମ୍ମୁ ଓ କାଶ୍ମୀର: ଖାତକୁ ଖସିଲା ବସ୍, ୧୧ ମୃତ

ଉଧମପୁର: ଜମ୍ମୁ ଓ କାଶ୍ମୀରର  ଉଧମପୁରରେ ଏକ ବସ୍ ଖାତରେ ଖସି ପଡ଼ିବାରୁ ୧୧ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୨ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଘଟଣାଟି ଘଟିଛି ଉଧମପୁରର ରାମନଗର ଅଞ୍ଚଳରେ। ଉଧମପୁରରରୁ ବସନ୍ତଗଡ଼ ଯାଉଥିବା ଏହି ବସଟି ସନ୍ତୁଳନ ହରାଇ ପ୍ରାୟ ୩୦୦ ଫୁଟ୍ ଗଭୀର ଖାତ ମଧ୍ୟକୁ ଖସି ପଡ଼ିଥିଲା।

ଖବର ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର  କାର୍ଯ୍ୟ ଆରମ୍ଭ କରିଥିଲା।