ଜମ୍ମୁ-କାଶ୍ମୀର: ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ,୩ ଆତଙ୍କୀ ମୃତ

ଶ୍ରୀନଗର: ଜମ୍ମୁ-କାଶ୍ମୀରର କୁପୱା଼ଡା ଜିଲ୍ଲାର ହଦୱାଡାରେ ଗତକାଲି ବିଳମ୍ୱିତ ରାତିରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏହି ଗୁଳି ବିନିମୟରେ ୩ ଆତଙ୍କୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ସୁରକ୍ଷାକର୍ମୀ ଗୁରୁତର ଆହତ ହୋଇଛନ୍ତି।  ମୃତ ୩ ଆତଙ୍କୀ ଲସ୍କର-ଇ-ତୋଏବାର ସଦସ୍ୟ ବୋଲି ଜଣାପଡିଛି।

ହଦୱାଡାର ପୋଲିସ ସୁପରିଟେଣ୍ଡ୍ ଗୁଲାମ ଜୀଲାନୀ ବାନୀ କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ଆତଙ୍କୀଙ୍କ ପରିଚୟ ମିଳନିନାହିଁ।  ହେଲେ ଅନୁମାନ କରାଯାଉଛି ଏମାନେ ଲସ୍କ-ଇ-ତୋଏବା ‌ ସଦସ୍ୟ ହୋଇଥାଇ ପାରନ୍ତି।