‘ଜନସାଧାରଣଙ୍କୁ ନ୍ୟାୟ ଦେବା ପାଇଁ ମୁଁ ନିର୍ବାଚନ ଲଢୁଛି’

ଲକ୍ଷ୍ମୌ:  ଜନସାଧାରଣଙ୍କୁ ନ୍ୟାୟ ଦେବା ପାଇଁ  ମୁଁ ନିର୍ବାଚନ ଲଢ଼ୁଛି। ଭ୍ରଷ୍ଟାଚାର କରୁଥିବା ଲୋକମାନଙ୍କୁ ଛାଡ଼ିବି ନାହିଁ । ଆଜି  ଆଲିଗଡ଼ରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କଲା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି।

ସେ କହିଛନ୍ତି,“୨୦୧୪ରେ ଅଲିଗଡ଼ ନିର୍ବାଚନ ରାଲି ସମ୍ବୋଧିତ କରିବା ପାଇଁ ଆସିଥିଲି। କିନ୍ତୁ ରାଲିରେ ଏତେ ଲୋକଙ୍କୁ ଦେଖିବାକୁ ପାଇ ନ ଥିଲି। କିନ୍ତୁ ଆଜି ମୁଁ ରାଲିରେ ଅଧିକ ଲୋକଙ୍କୁ ଦେଖିବାକୁ ପାଉଛି।”

ମୋଦି ଆହୁରି କହିଛନ୍ତି,“ମୁଁ ଭ୍ରଷ୍ଟାଚାର ବିରୋଧରେ ସଂଘର୍ଷ ଆରମ୍ଭ କରି ଦେଇଛି। କାହାକୁ ଖାତିର ନ କରି ଏହି ସଂଘର୍ଷ ଆରମ୍ଭ କରିଛି।”

ସେ କହିଛନ୍ତି,“ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ପଇସା ଦେବାକୁ ନିୟମ କରାଯାଇଛି।  ଅକାଉଣ୍ଟରେ ଆଧାରକାର୍ଡକୁ ସଂଯୋଗ କରିବା ପାଇଁ କୁହାଯାଇଛି। ଏହା ପରେ କେତେକ ଘଟଣା ସାମ୍ନାକୁ ଆସିଛି। କେତେକ ଯୋଜନା ମାଧ୍ୟମରେ ଜନ ସାଧାରଣଙ୍କ  ନିକଟରେ ପଇସା ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଇଛି।”