ସାଧାରଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ୪୦ହଜାର ସୁରକ୍ଷାକର୍ମୀ ମୁତୟନ

ନୂଆଦିଲ୍ଲୀ: ଆସନ୍ତାକାଲି ସାଧାରଣତନ୍ତ୍ର ଦିବସ। ସେଥିପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆଜିଠାରୁ ପୂରା ଦିଲ୍ଲୀ ଉପରେ ନଜର ରଖୁଛନ୍ତି ୪୦ ହଜାରରୁ ଅଧିକ ସୁରକ୍ଷାକର୍ମୀ। ଇତି ମଧ୍ୟରେ ଏକାଧିକ ଆତଙ୍କବାଦୀଙ୍କୁ ଧରାଯାଇଥିବାରୁ ଓ  ଗୁଇନ୍ଦା ରିପୋର୍ଟ ଅନୁଯାୟୀ ଆତଙ୍କୀ ହମଲା ଆକ୍ରମଣ ଆଶଙ୍କା ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି।

ରବିବାର ଦିଲ୍ଲୀ ପୋଲିସ ପକ୍ଷରୁ ସନ୍ଦିଗ୍ଧ ଆତଙ୍କୀଙ୍କ ଫଟୋ ସହରର ବିଭିନ୍ନ ସ୍ଥାନରେ ଲଗା ଯାଇଥିଲା ଓ ଲୋକଙ୍କୁ ସଜାଗ ରହିବାରୁ  ଅନୁରୋଧ କରାଯାଇଥିଲା। ଦିଲ୍ଲୀର ପ୍ରମୁଖ ସ୍ଥାନ ଯେପରିକି ମେଟ୍ରୋ ଷ୍ଟେସନ ବିମାନ ବନ୍ଦର ଓ ଅନ୍ୟ ପ୍ରମୁଖ ସ୍ଥାନ ଗୁଡ଼ିକରେ ଅର୍ଦ୍ଧସାମରିକ ବାହିନୀର ଯବାନକୁ ମୁତୟନ କରାଯାଇଛି। ଇଣ୍ଡିଆ ଗେଟ୍ ଅଞ୍ଚଳକୁ ନୋ-ଫ୍ଲାଇଂ ଜୋନ୍ ଘୋଷଣା କରାଯାଇଛି। ଭୂପୃଷ୍ଠରୁ ଆକାଶରୁ ନିକ୍ଷେପ ହେଉଥିବା  ମିସାଇଲ୍ ମଧ୍ୟ ମୁତୟନ କରାଯାଇଛି।

ଚଳିତ ବର୍ଷ ସାଧରଣତନ୍ତ୍ର ଦିବସରେ ଫ୍ରାଁସ୍ୱା ରାଷ୍ଟ୍ରପତି ଫ୍ରାନକୋଇସ୍ ଓଲାନ୍ଦେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ଆସିଛନ୍ତି।