ଜାନୁୟାରୀରେ ସ୍ୱିଜରଲାଣ୍ଡ ଗସ୍ତ ବେଳେ ମୋଦିଙ୍କୁ ଭେଟିବେ ନୱାଜ

ନୂଆଦିଲ୍ଲୀ: ଆସନ୍ତା ଜାନୁୟାରୀରେ ସ୍ୱିଜରଲାଣ୍ଡରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ପାକିସ୍ତାନର ପ୍ରଧାନମନ୍ତ୍ରୀ ନୱାଜ ସରିଫ। ଏ ନେଇ ଜାତୀୟ ଗଣମାଧ୍ୟମରେ ଜୋରସୋରରେ ଚର୍ଚ୍ଚା ଚାଲିଛି।

ଜାନୁୟାରୀ ୨୦ରେ ସ୍ୱିଜରଲାଣ୍ଡ ଦାଭାସ-କୋଲଷ୍ଟାରରେ ବିଶ୍ୱ ଇକୋନୋମିକ ଫୋରମ୍ (ଡବ୍ଲ୍ୟୁଏଫ୍)ର ୪୬ତମ ବାର୍ଷିକ ବୈଠକ ହେବାର ଯୋଜନା ରହିଛି। ଏଥିରେ ଦୁଇଦେଶର ପ୍ରଧାନମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଭଭୟଙ୍କ ମଧ୍ୟରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।