ଜାପାନରେ ଏକ ପୋକ ପାଇଁ ଅଟକିଗଲା ୨୬ ଟ୍ରେନ୍

ନୂଆଦିଲ୍ଲୀ: ଜାପାନର ଲୋକ ଟାଇମ ମ୍ୟାନେଜମେଣ୍ଟ ପାଇଁ ବହୁତ ଜଣାଶୁଣା। ଏଠାରେ ମେଟ୍ରୋ, ରେଲୱେ ସବୁ କିଛି ଠିକ୍ ଟାଇମରେ ଚାଲେ। କିନ୍ତୁ ରବିବାର ୨୬ରୁ ଅଧିକ ଟ୍ରେନ ଅଟକି ଯାଇଥିଲା। ରେଲଓ୍ୱେ ସେବା ଯୋଗାଉଥିବା କମ୍ପାନୀ କୟିଶୁର ସୂଚନା ଅନୁଯାୟୀ ବିଦ୍ୟୁତ ସେବା ଫେଲ୍ ହେବାରୁ ଟ୍ରେନ ସେବା ପ୍ରଭାବିତ ହୋଇଥିଲା।
ଖବର ସରବରାହ ସଂସ୍ଥା ଏଏଫପିର ରିପୋର୍ଟ ଅନୁଯାୟୀ, ଦକ୍ଷିଣ ଜାପାନରେ ଏକ ଛୋଟିଆ ପୋକ ପାଇଁ ସର୍ଟ ସର୍କିଟ ହୋଇଥିଲା। ପରିଣାମ ସ୍ୱରୂପ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା। ଏହା ଟ୍ରେନ ଚଳାଚଳକୁ ପ୍ରଭାବିତ କରିଥିଲା। ଟ୍ରେନ ବିଳମ୍ୱ ହେବାରୁ ୧୨ ହଜାର ଯାତ୍ରୀ ହଇରାଣ ହୋଇଥିଲେ।