ଜାପାନରୁ ବୁଲେଟ୍‌ ଟ୍ରେନ୍‌ ଆସିଲା, ଏବେ ‘ପୁସର’ ବ୍ୟବସ୍ଥା ମଧ୍ୟ ଆସୁ

ଟୋକିଓ: ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍ ନେଟ୍‌ୱାର୍କର ଶିଳାନ୍ୟାସ  କରିଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ। ଏହି ଟ୍ରେନ୍ ଅହମ୍ମଦାବାଦରୁ ମୁମ୍ୱାଇ ମଧ୍ୟରେ ଗଡ଼ିବ। ସାଧାରଣ ଟ୍ରେନ୍‌ରେ ୫୦୦ କିଲୋମିଟର ଯାତ୍ରା କରିବାକୁ ଲାଗୁଥିଲା ୮ ଘଣ୍ଟା। କିନ୍ତୁ ବୁଲେଟ୍‌ ଟ୍ରେନରେ ଏତେ  ସମୟ ଲାଗିବ ନାହିଁ। ପ୍ରାୟ ୩ ଘଣ୍ଟା ମଧ୍ୟରେ ଜଣେ ବ୍ୟକ୍ତି ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବ। ତେବେ ଭାରତ ପରି ଜନବହୁଳ ରାଷ୍ଟ୍ରରେ ସବୁଠୁ ବଡ଼ ସମସ୍ୟା ହେଲା ଯାତ୍ରୀ ଭିଡ଼। ତେଣୁ ଚିନ୍ତା ପଡ଼ିଛି ବୁଲେଟ୍‌ ଟ୍ରେନ୍‌ରେ ଭିଡ଼ ନିୟନ୍ତ୍ରଣ ହେବ କେମିତି।

 ଭିଡ଼କୁ କିପରି କରିବେ ନିୟନ୍ତ୍ରଣ?

ମେଟ୍ରା ହେଉକି ଲୋକାଲ ଟ୍ରେନ୍, ଭାରତର ଟ୍ରେନ୍ ଓ ପ୍ଲାଟ୍‌ ଫର୍ମ ଗୁଡ଼ିକରେ ଜନଗହଳି ବୃଦ୍ଧି ପାଉଛି। ଦିଲ୍ଲୀ ମେଟ୍ରୋ ଓ ମୁମ୍ୱାଇ ଲୋକାଲରେ ଯିବା ଆସିବ କରୁଥିବା ଯାତ୍ରୀମାନେ ଭଲ ଭାବେ ଜାଣିଥାଆନ୍ତି ଯେ, ପିକ୍ ଆୱାରରେ ରେଳ ଯାତ୍ରା କରିବା କୌଣସି ଯୁଦ୍ଧ ଜିତିବା ପରି।  ତେଣୁ ଏହି ପରିପେକ୍ଷୀରେ କିଛି ବୁଦ୍ଧିଜୀବୀ ପ୍ରସ୍ତାବ ଦେଇଛନ୍ତି। ଆମକୁ ଜାପାନରୁ ବୁଲେଟ୍‌ ଟ୍ରେନ୍ ସହ  ଆଉ ଏକ ବ୍ୟବସ୍ଥାକୁ ମଧ୍ୟ ସ୍ୱାଗତ କରିବାକୁ ପଡ଼ିବ।  ଯାହାର ନାଁ ହେଲା-ଓସିଆ। ଜାପାନାରେ ‘ଆଶୁ’ର ଅର୍ଥ  ହେଉଛି ଧକ୍କା ଦେବା ବା ଲାଇନ୍‌ରେ ଠିଆ କରାଇବା। ଆଉ ‘ଓସିଆ’ର ଅର୍ଥ ହେଉଛି ଧକ୍କା ଦେଇ  ଲାଇନ୍‌ରେ ଠିଆ କରିବା। ସାଧାରଣତଃ ଇଂରାଜୀରେ ଏହାକୁ ‘ଦି ଟ୍ରେନ୍‌ ପୁସର’ କୁହାଯାଇଥାଏ। ଜାପାନରେ ଏହା ଏକ ସରକାରୀ ଚାକିରି। ଏହି ଲୋକମାନଙ୍କ ଦାୟିତ୍ୱ ହେଉଛି ସମସ୍ତ ଯାତ୍ରୀଙ୍କୁ ଟ୍ରେନରେ ଚଢ଼ାଇବା ‌ଓ କୌଣସ ଯାତ୍ରୀ ଗେଟ୍ ସମ୍ମୁଖରେ କିପରି ଫସି ନ ରୁହନ୍ତି।  ତାହା ନିଶ୍ଚିତ କରିବା। ଜାପାନାରେ ପ୍ରଥମେ ‘ସିନଜୁକୁ’  ଷ୍ଟେସନରେ ‘ପୁସର’ଙ୍କୁ ନିୟୋଜିତ କରାଯାଇଥିଲା। ଏହି ସମୟରେ ସେମାନଙ୍କୁ ‘ପାସେଞ୍ଜର ଆରେଞ୍ଜ ମେଷ୍ଟ୍ ଷ୍ଟାଫ୍’ ବୋଲି କୁହାଯାଉଥିଲା। ଏହି କାମ ପାଇଁ ଅନେକ ଛାତ୍ର ଆଗେଇ ଆସୁଥିଲେ। ସେମାନେ ପାର୍ଟ ଟାଇମ୍ ଭାବେ କାମ କରୁଥିଲେ। ଏବେ ମେନ୍ ଓ ପିକ୍ ଟାଇମ୍‌ରେ ଷ୍ଟେସନ୍ କର୍ମଚାରୀ  ଓ ପାର୍ଟ ଟାଇମ୍ କର୍ମଚାରୀ ଏହି ଦାୟିତ୍ୱ ତୁଲାଉଛନ୍ତି।

କେବେ ଆରମ୍ଭ ହେଲା ଏହି ପରମ୍ପରା

ପୁସରଙ୍କ ଲକ୍ଷ୍ୟ ରହିଥାଏ ଅଧିକରୁ ଅଧିକ ଲୋକଙ୍କୁ କ୍ୟାରେଜ୍‌ ବା ଟ୍ରେନ୍‌ ଡ଼ବା ଭିତରେ ଚଢ଼ାଇବା। କୌଣସି ଯାତ୍ରୀଙ୍କୁ କିପରି ଆଘାତ ନ ଲାଗେ ସେଥିପ୍ରତି ମଧ୍ୟ ସେମାନେ ଗୁରୁତ୍ୱ ମଧ୍ୟ ଦେଇଥାନ୍ତି। ଭିଡ଼ ସମୟରେ କୌଣସି ଯାତ୍ରୀ ଟ୍ରେନ୍‌ରେ ଚଢ଼ିବାକୁ ଚେଷ୍ଟା କଲେ, ସେ ସମୟରେ ପୁସରମାନେ ତାଙ୍କୁ ସାହାଯ୍ୟ କରିଥାନ୍ତି। ପୁସରଙ୍କ ପକ୍ଷରୁ ଚୂଡ଼ାନ୍ତ ସଙ୍କେତ ମିଳିଲେ ହିଁ ଟ୍ରେନ୍ ଚାଲିବା ଆରମ୍ଭ କରିଥାଏ। ଏହି ପରମ୍ପରା ଆମେରିକାରେ ଆରମ୍ଭ ହୋଇଥିଲା।  ପ୍ରଥମେ ନ୍ୟୁୟର୍କ ସିଟିରେ ଭିଡ଼ ନିୟନ୍ତ୍ରଣ ପାଇଁ ଏହି ବ୍ୟବସ୍ଥା କରାଯାଇଥିଲା। ଏହା ଠିକ୍‌ରେ କାମ ମଧ୍ୟ ଦେଇଥିଲା।

ଭାରତରେ କିନ୍ତୁ ଏହି ବ୍ୟବସ୍ଥା ନାହିଁ।  ହେଲେ ଦିଲ୍ଲୀ ମେଟ୍ରୋ ଓ ମୁମ୍ୱାଇ ଲୋକାଲ ଟ୍ରେନ୍‌ରେ ଅଧିକ ଭିଡ଼ ହେଉଥିବାରୁ ଏହି ଦୁଇ ସହରରେ ‘ପୁସର’ ବ୍ୟବସ୍ଥା କାମରେ ଆସି ପାରେ ବୋଲିକେତେକ ବିଚାର କରୁଛନ୍ତି। ଦିଲ୍ଲୀ ମେଟ୍ରୋ ପ୍ରତିଦିନ ୩୦୦୦ ଟ୍ରିପ୍ ଯାତ୍ରୀଙ୍କୁ ନେବା ଆଣିବା କରିଥାଏ। ୨୦୧୬ ଓ ୧୭ ବର୍ଷରେ ପ୍ରତିଦିନ ୨୭.୬ ଲକ୍ଷ ଲୋକ ମେଟ୍ରୋରେ ଯାତ୍ରା କରିଛନ୍ତି। ଅର୍ଥାତ୍ ଗୋଟିଏ ବର୍ଷ ମଧ୍ୟରେ ‌ଆନୁମାନିକ ୧୦୦ କୋଟି ଲୋକ ମେଟ୍ରୋରୁ ସୁବିଧା ଉଠାଇଥାନ୍ତି।

ବୁଲେଟ୍ ଟ୍ରେନ୍ ଚାଲିବା ପାଇଁ ଭାରତକୁ ଜାପାନ ସାହାଯ୍ୟ କରୁଥିବାରୁ  ଭାରତୀୟ ଟ୍ରେନ୍‌ରେ ଭିଡ଼ ନିୟନ୍ତ୍ରଣ ପାଇଁ ‘ପୁସର’ ବ୍ୟବସ୍ଥା କେମିତି କାର୍ଯ୍ୟକାରୀ ହୋଇପାରିବ ତାହା ମଧ୍ୟ ଜାପାନ ଆମକୁ  ଶିଖେଇ ଦେବା ଉଚିତ ବୋଲି କେତେକ ଯୁକ୍ତି ବାଢ଼ିଛନ୍ତି।