ଜାପାନରେ ଭୋଟଦାନ ବୟସ ୧୮କୁ ଖସିଲା

ଟୋକିଓ: ଜାପାନରେ ଭୋଟଦାନ ବୟସ ୧୮ ବର୍ଷକୁ ଖସିଲା। ଏନେଇ ସରକାର ଆଜି ଏକ ନୂଆ ଆଇନ ପାସ କରାଇଛନ୍ତି। ଫଳରେ ପ୍ରଥମ ଥର ପାଇଁ ଜାପାନରେ ୧୮ ବର୍ଷରୁ ଯୁବକ ଯୁବତୀ ମାନେ ଭୋଟ ଦେବାର ଅଧିକାର ପାଇଛନ୍ତି। ପୂର୍ବରୁ ଜାପାନରେ ଭୋଟ ଦେବା ପାଇଁ ସର୍ବନିମ୍ନ ବୟସ ୨୦ ବର୍ଷ ଥିଲା।

ଏହି ନୂଆ ଆଇନ ଫଳରେ ଜାପାନର ଭୋଟରଙ୍କ ସଂଖ୍ୟା ପ୍ରାୟ ୨୦ ଲକ୍ଷ ବଢ଼ିଯାଇଛି। ଆଉ ଏହି ୨୦ ଲକ୍ଷ ଭୋଟରଙ୍କ ବୟସ ୧୮ରୁ ୨୦ବର୍ଷ ମଧ୍ୟରେ। ଏହି ନୂଆ ଭୋଟରମାନେ ୨୦୧୬ରେ ଜାପାନ ସଂସଦର ଅପର୍ ହାଉସ୍ ହେବାକୁ ଥିବା ନିର୍ବାଚନରେ ପ୍ରଥମ ଥର ପାଇଁ ଭୋଟ ଦେବାର ସୁଯୋଗ ପାଇବେ। ତେବେ ତା ପୂର୍ବରୁ ଯଦି ସଂସଦର ଲୋୟର ହାଉସ୍ ଭାଙ୍ଗି ଯାଏ ତାହାହେଲେ ଏହି ନୂଆ ଭୋଟର ମାନଙ୍କୁ ଭୋଟ ଦେବା ପାଇଁ ଆସନ୍ତା ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ନାହିଁ।