ଜେଟଲୀଙ୍କ ଇସ୍ତଫା ଦାବିରେ ଆପର ବିକ୍ଷୋଭ ବେଳେ ପୋଲିସ-ଆନ୍ଦୋଳନକାରୀ ମୁହାଁମୁହିଁ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଇସ୍ତଫା ଦାବିରେ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟିର ବିକ୍ଷୋଭ ବେଳେ ମୁହାଁମୁହିଁ ହୋଇଛନ୍ତି ପୋଲିସ-ଆନ୍ଦୋଳନକାରୀ। ଜେଟଲୀଙ୍କ ସରକାରୀ ବାସଭବନ ଆଗରେ ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ ଆନ୍ଦୋଳନକାରୀମାନେ ପୋଲିସ ବ୍ୟାରିକେଡ ଭାଙ୍ଗିବା ପାଇଁ ଚେଷ୍ଟା କରିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ପୋଲିସ ଆନ୍ଦୋଳନକାରୀଙ୍କ ଉପରକୁ ପାଣି ମାଡ଼ କରିଥିଲା।

ଡିଡିସିଏ ଦୁର୍ନୀତିରେ ଜେଟଲୀଙ୍କ ସମ୍ପୃକ୍ତି ନେଇ ଆପ୍ ଅଭିଯୋଗ କରିବା ପରେ ଜେଟଲୀ ହାଇକୋର୍ଟରେ ମାନହାନି ମୋକଦ୍ଦମା ଦାୟର କରିଥିଲେ। ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ଏହି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜିୱାଲଙ୍କୁ ନୋଟିସ ଜାରି କରିଛନ୍ତି। ଗତକାଲି ଦିଲ୍ଲୀରେ ବିଜେପି କର୍ମୀମାନେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।