ଛତିଶଗଡ଼ରେ ପୁଣି ନକ୍ସଲ-ସିଆରପିଏଫ ଗୁଳିବିନିମୟ, ଜଣେ ସହିଦ

ଗୁରୁବାର କାଙ୍କେରରେ ସହିଦ ହୋଇଥିଲେ ୪ ଯବାନ

ରାୟପୁର: ଛତିଶଗଡ଼ରେ ଯବାନ-ନକ୍ସଲଙ୍କ ଗୁଳିବିନିମୟ ମଧ୍ୟରେ ଜଣେ ସିଆରପିଏଫ ଯବାନ ସହିଦ ହୋଇଛନ୍ତି। ଧମତାରି ସାଲେଘାଟ ଜଙ୍ଗଲରେ ନକ୍ସଲ ଓ ସିଆରପିଏଫ ଯବାନଙ୍କ ମଧ୍ୟରେ ଗୁଳିବିନିମୟରେ ୨ ଯବାନ ଆହତ ହୋଇଥିଲେ।

ସହିଦ ଯବାନ ମଧ୍ୟପ୍ରଦେଶର ଭୋପାଳ ନିବାସୀ ୪୪ ବର୍ଷୀୟ ହରିଶ ଚନ୍ଦ୍ର ପାଲ ବୋଲି ଜଣାପଡ଼ିଛି। ଅନ୍ୟ ଜଣେ ଆହତ ସୁଧୀର କୁମାର ସିଟି ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ଆଜି ଭୋର ୪ଟା ସମୟରେ ସିଆରପିଏଫ ଯବାନ ସର୍ଚ୍ଚ ଅପରେସନ କରୁଥିବାବେଳେ ମାଓବାଦୀ ମାନେ ଗୁଳି ଚଳାଇଥିଲେ, ସିଆରପିଏଫ ଯବାନମାନେ ମଧ୍ୟ ଦୃଢ଼ ଜବାବ ଦେଇଥିଲେ। ଏଥିରେ ନକ୍ସଲଙ୍କର ବିପୁଳ କ୍ଷତି ହୋଇଥିବା ସୂଚନା ରହିଛି।
ଗତକାଲି କାଙ୍କେରରେ ନକ୍ସଲ ଓ ବିଏସଏଫ ଯବାନ ମୁହାଁମୁହିଁ ହୋଇଥିଲେ। ଏଥଥିରେ ୪ ଯବାନ ସହିଦ ହୋଇଥିଲେ। ମହାଲା ଅଞ୍ଚଳରେ ଥିବା ଏକ ଜଙ୍ଗଲରେ ଯବାନମାନେ ସର୍ଚ୍ଚ ଅପରେଶନ କରୁଥିବାବେଳେ ନକ୍ସଲମାନେ ଘେରିଯାଇ ଗୁଳି ଚଳାଇଥିଲେ। ଏହାପରେ ସର୍ଚ୍ଚ ଅପରେସନ ଜୋରଦାର ହୋଇଥିବା ଜଣାପଡ଼ିଛି।