ଛତିଶଗଡ଼ରେ ଯବାନ-ନକ୍ସଲ ମୁହାଁମୁହିଁ, ୪ ଯବାନ ସହିଦ

ରାୟପୁର: ମତଦାନ ପୂର୍ବରୁ ଛତିଶଗଡ଼ରେ ମାଓବାଦୀ ହିଂସା ପୁଣି ଲେଉଟିଛି। ଛତିଶଗଡ଼ରେ କନକେରରେ ମାଓବାଦୀ ଯବାନ ମୁହାଁମୁହିଁ ହୋଇଥିବାବେଳେ ଗୁଳି ବିନିମୟରେ ୪ ଯବାନ ସହିଦ ହୋଇଛନ୍ତି। ଅନ୍ୟ ୨ ଜଣ ଯବାନ ଆହତ ହୋଇଥିବା ସୂଚନା ରହିଛି। କିନ୍ତୁ ଏହି ଘଟଣା ସମ୍ପର୍କରେ ସବିଶେଷ ବିବରଣୀ ମିଳିପାରି ନାହିଁ।