ଶପଥ ଗ୍ରହଣ ଉତ୍ସବରେ ‘ଜୟ ଶ୍ରୀରାମ’ର ନାରା

ନୂଆଦିଲ୍ଲୀ: ରାମନାଥ କୋବିନ୍ଦ ଭାରତର ୧୪ତମ ରାଷ୍ଟ୍ରପତି ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଜେ.ଏସ୍‌ ଖେହର୍ ତାଙ୍କୁ ପଦ ଓ ଗୋପନୀୟତର ଶପଥ ପାଠ କରାଇଛନ୍ତି।  ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲ୍‌ରେ ଏକ ଭବ୍ୟ ସମାରୋହରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶପଥ ଗ୍ରହଣ ପରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ମଧ୍ୟରେ ଆଶନ ଅଦଳବଦଳ ହୋଇଥିଲା। ଏହାପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜର ବକ୍ତ୍ୟବ ରଖିଥିଲେ। ସଭା ଶେଷ ହେବା ପୂର୍ବରୁ ନ୍ୟାସନାଲ୍‌ ଆନ୍ଥେମ୍ ଗାନ କରାଯାଇଥିଲା। ଏହାପରେ ଉପସ୍ଥିତ ଅତିଥି ମାନେ ଭାରତ ମାତା କି ଜୟ ଓ ଜୟ ଶ୍ରୀରାମ ନାରା ଦେଇଥିଲେ। କୁହାଯାଉଛି ବିଜେପି ସାଂସଦମାନେ ଏହି ନାରା ଲଗାଇଥିଲେ।