ଜୟଲଳିତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ହାଇକୋର୍ଟରେ ହୋଇଥିବା ଆବେଦନ ଖାରଜ

ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ବିସ୍ତୁତ ରିପୋର୍ଟ ଦେବାକୁ ହୋଇଥିବା ଏକ ଆବେଦନକୁ ଆଜି ମାଡ୍ରାସ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ଆବେଦନକାରୀ ଜୟଲଳିତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଜାଣିବା ପାଇଁ ଚାହିଁଥିଲେ। କୋର୍ଟ ଏହି ଆବେଦନକୁ ‘ପବ୍ଳିସିଟି ପିଟିସନ୍‌’ କହି ଖାରଜ କରି ଦେଇଛନ୍ତି।

ଜୟଲଲିତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ତାମିଲନାଡୁ ଜନତା ଜାଣିବାକୁ ଚାହୁଁଥିବା ଦର୍ଶାଇ ରାମାସ୍ୱାମୀ ନାମକ  ଜଣେ ସମାଜସେବୀ ହାଇକୋର୍ଟରେ ଏହି ଆବେଦନ କରିଥିଲେ।

ଜୟଲଳିତାଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଉଠିଥିବା ସମସ୍ତ ଦ୍ୱନ୍ଦ୍ୱ ଦୂର କରିବାକୁ  ଗତ ମଙ୍ଗଳବାର ମାଡ୍ରାସ ହାଇକୋର୍ଟ ତାମିଲନାଡୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।  ସେପ୍ଟେମ୍ୱର୨୨ରୁ ଚେନ୍ନାଇ ସ୍ଥିତ ଆପୋଲୋ ହସ୍‌ପିଟାଲ୍‌ରେ ଜୟଲଳିତାଙ୍କୁ  ଭର୍ତ୍ତି କରାଯାଇଛି। ଜୟଳଳିତାଙ୍କୁ ଇନ୍‌ଫେକସନ୍‌ ଜନିତ ଚିକିତ୍ସା କରାଯାଉଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ପ୍ରଥମ ଥର ପାଇଁ  ଗତ ରବିବାର ସୂଚନା ଦିଆଯାଇଥିଲା।