ଏହି ଅଫିସରେ ବ୍ୟାନ୍‌ ହେଲା ଜିନ୍ସି ଓ ଟି-ଶାର୍ଟ

ପାଟନା: ବିହାର ସରକାର ସଚିବାଳୟରେ ଜିନ୍ସ ଓ ଟି-ଶାର୍ଟକୁ ବ୍ୟାନ୍‌ କରିଛନ୍ତି। ଏଣିକି ସଚିବାଳୟରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଆଉ ଜିନ୍ସ ଓ ଟି-ଶାର୍ଟ ପିନ୍ଧି ଅଫିସ ଆସିପାରିବେନାହିଁ। ଜିନ୍ସ ଓ ଟି-ଶାର୍ଟ ବଦଳରେ ସେମାନେ ଭଦ୍ର ଓ ସାଧାସିଧା ପୋଷାକ ପରିଧାନ କରିବେ।

ବିହାର ସରକାରଙ୍କ ସଚିବ ମହାଦେବ ପ୍ରସାଦଙ୍କ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ “ଅନେକ ସମୟରେ ଅଫିସକୁ ଆସୁଥିବା କର୍ମଚାରୀମାନେ ପିନ୍ଧୁଥିବା ପୋଷାକକୁ ସାଧାରଣ ଲୋକେ ଗ୍ରହଣ କରୁନାହାନ୍ତି।

ଅଫିସରେ ଯେଉଁଭଳି ପୋଷାକ ପିନ୍ଧିବା କଥା, ସେଭଳି ପୋଷାକ କେହିବି ପରିଧାନ କରୁନାହାନ୍ତି। ତେଣୁ ଏହା ଅଫିସରେ ପ୍ରଚଳିତ ସଂସ୍କୃତିକୁ କ୍ଷୁଣ୍ଣ କରୁଛି। ଏହା ଅଫିସ ଡେକୋରୋମ ବିରୋଧୀ। ତେଣୁ ଅଫିସ ଆସୁଥିବା କର୍ମଚାରୀମାନେ ସାଧାରଣ ଓ ଭଦ୍ର ପୋଷାକ ପିନ୍ଧି ସଚିବାଳୟ ଆସିବା ଦରକାର।”