ବିଲ୍‌ ଗେଟ୍‌ସଙ୍କୁ ପଛରେ ପକାଇ ବେଜୋସ ହେଲେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି

ନ୍ୟୁୟର୍କ: ମାଇକ୍ରୋସଫ୍ଟର ମୁଖ୍ୟ ବିଲ୍ ଗେଟ୍‌ସ ଆଉ  ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ହୋଇ ରହି ନାହାନ୍ତି। ଏହି  ତାଲିକାରେ ସେ ତଳକୁ ଖସିଛନ୍ତି। ଇ-କମର୍ସ ରିଟେଲ କମ୍ପାନୀ ଆମାଜନର ପ୍ରତିଷ୍ଠାତା ଜେଫ୍‌ ବେଜୋସ ତାଙ୍କୁ ପଛରେ ପକାଇ ଦେଇଛନ୍ତି। ସେ ବନି ଯାଇଛନ୍ତି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି।

ଫୋବର୍ସର ରିପୋର୍ଟ ଅନୁଯାୟୀ, ବେଜୋସଙ୍କ ନିକଟରେ ଏବେ ୯୦.୬ ଆରବ ଡଲାରର ସମ୍ପତ୍ତି ରହିଥିବା ବେଳେ ଗେଟ୍‌ସ ୯୦ ଆରବ ଡଲାର ସମ୍ପତ୍ତିର ମାଲିକ।

ଗତକାଲି ସକାଳେ ନ୍ୟୁୟର୍କ ଷ୍ଟକ୍ ଏକ୍ସଚେଞ୍ଜରେ ଆମାଜନର ସେୟାର ମୂଲ୍ୟ ୧.୩ ପ୍ରତିଶତ ବୃଦ୍ଧି ହୋଇ ୧,୦୬୫.୯୨ ଡଲାର ଛୁଇଁଥିଲା।

ସୂଚନାଯୋଗ୍ୟ, ୬୧ ବର୍ଷୀୟ ବିଲ୍‌ ଗେଟ୍‌ସ ମେ’ ୨୦୧୩ ମସିହାରୁ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତାଲିକାର ଶୀର୍ଷରେ ଥିଲେ।