ନିର୍ବାଚନ ପୂର୍ବରୁ ଝାରଖଣ୍ଡରେ ନକ୍ସଲ୍ ହମ୍‌ଲା, ୩ ପୁଲିସ୍ ସହିଦ

ରାଞ୍ଚି: ଆସନ୍ତା ୩୦ ତାରିଖରେ ବିଧାନସଭା ନିର୍ବାଚନର ସାମ୍ନା କରିବାକୁ ଯାଉଥିବା ଝାରଖଣ୍ଡରେ ନକ୍ସଲମାନେ ପୁଲିସ୍‌ ଉପରକୁ ଆକ୍ରମଣ କରିଛନ୍ତି। ଲେତେହାର ଜିଲ୍ଲାରେ ଏହି ଘଟଣା ଘଟିଛି। ଏଥିରେ ୩ ଜଣ ପୁଲିସ୍‌ ସହିଦ ହୋଇଛନ୍ତି।

ସନ୍ଧ୍ୟା ୮.୩୦ ବେଳକୁ ସଶସ୍ତ୍ର ନକ୍ସଲବାହିନୀ ପୁଲିସ୍‌ ଉପରେ ଆକ୍ରମଣ କରିଥିଲେ। ଚାନ୍ଦୱା ପୁଲିସ୍‌ ଥାନା ଅଧୀନରେ ଏକ ୪ ଚକିଆ ଗାଡ଼ିରେ ପୁଲିସ୍‌ ଯାଉଥିବା ସମୟରେ ଏହି ଆକ୍ରମଣ ହୋଇଥିଲା।

ନକ୍ସଲମାନେ ପୁଲିସ୍‌ଗାଡ଼ିକୁ ଘେରିଯାଇ ଆକ୍ରମଣ କରିଥିଲେ। ଏଥିରେ ପ୍ରାଣ ହରାଇଥିବା ପୁଲିସ୍‌ଙ୍କ ମଧ୍ୟରେ ଜଣେ ସବ୍‌ ଇନ୍ସିପେକ୍ଟର ପାହ୍ୟାର ପୁଲିସ୍‌ ମଧ୍ୟ ସହିଦ ହୋଇଛନ୍ତି। ସହିଦଙ୍କ ମଧ୍ୟରେ ହୋମ୍‌ଗାର୍ଡ ମଧ୍ୟ ଅଛନ୍ତି।

୮୧ ଆସନ ବିଶିଷ୍ଟ ଝାରଖଣ୍ଡ ବିଧାନସଭା ପାଇଁ ନଭେମ୍ବର ୩୦ରୁ ନିର୍ବାଚନ ଆରମ୍ଭ ହେବ। ୫ଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ନିର୍ବାଚନ ଡିସେମ୍ବର ୨୩ରେ ସରିବ।