ୟେମେନ୍‌: ଜିହାଦିଙ୍କ ଆତ୍ମଘାତୀ ବୋମାବିସ୍ଫୋରଣ,୧୩ ମୃତ

ଆଦେନ୍‌: ୟେମେନ୍‌ର ମୁକ୍କାଲା ସହରରେ ଥିବା ସେନାଟ୍ରୁପ୍‌ ଉପରେ ଗୁରୁବାର ଆଇଏସ୍‌ଆଇଏସ୍‌ ଗ୍ରୁପର ଜିହାଦି ଗୋଷ୍ଠୀ ପକ୍ଷରୁ ଆତ୍ମଘାତୀ ବୋମାବିସ୍ଫୋରଣ କରାଯାଇଛି। ଏଥିରେ ୧୩ ଜଣ ସୈନିକଙ୍କର ମୃତ୍ୟୁ ଘଟିଥିବା ବେଳେ ବହୁ ସେନା କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି।

ଏହି ବିସ୍ଫୋରଣରେ ତିନିଜଣ ଆତ୍ମଘାତୀ ବୋମା ବିସ୍ଫୋରଣକାରୀ ନିୟୋଜିତ ହୋଇଥିଲେ। ସେମାନେ ବିଭିନ୍ନ ସ୍ଥାନରୁ ଏକାଠି ଆସି ଗୋଟିଏ ସ୍ଥାନରେ ବିସ୍ଫୋରଣ କରିଥିଲେ। ସେନାପକ୍ଷରୁ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଛି।