୨୦ ପ୍ରତିଶତ ଅଧିକ ଡାଟା ଦେବ ଜିଓ: ଏହି ଗ୍ରାହକମାନେ ପାଇବେ ଫାଇଦା

ନୂଆଦିଲ୍ଲୀ: ରିଲିଆନ୍ସ ଜିଓର ଆଉ ଏକ ଅଫର। ଏଥର ଜିଓ ୨୦ ପ୍ରତିଶତ ଅଧିକ ଡାଟା ଦେବ। ହେଲେ ଏହି ଅଫର ସମସ୍ତଙ୍କ ପାଇଁ ନୁହେଁ। କେବଳ ୪ଜି ସ୍ମାର୍ଟ ଫୋନ ପାଇଁ ଏହା  ଉପଲବ୍ଧ ଥିଲେ ମଧ୍ୟ କେବଳ ଜିଓ ମୋବାଇଲ ସେଟ କିଣିଥିବା ଗ୍ରାହକଙ୍କୁ ଏହି ସୁବିଧା ମିଳିବ। ସେଥିରେ ବି ପ୍ରକାର ଭେଦ ରହିଛି। ବିଶେଷ କରି ୬,୬୦୦ରୁ ୯,୭୦୦ ଟଙ୍କା ମଧ୍ୟରେ ଥିବା ଜିଓ (ୱାଟର ମଡେଲ) ସେଟରେ ଏହି ସୁବିଧା ରହିବ । ପୂର୍ବରୁ ଦିନକୁ ଜିଓ ୧ ଜିବି ଡାଟା ଦେଉଥିଲା ବେଳେ ଏଣିକି ୨୦ ପ୍ରତିଶତ ଅଧିକ ଅର୍ଥାତ ୧.୨ ଜିବି ଡାଟା ଦେବ । କୁହାଯାଉଛି ଜିଓ ସେଟ୍‌ ବିକ୍ରି ଦ୍ରୁତଗତିରେ ହ୍ରାସ ପାଇଥିବାରୁ ଗ୍ରାହକଙ୍କୁ ଆକୃଷ୍ଟ ପାଇଁ କମ୍ପାନୀ ପକ୍ଷରୁ ଏଭଳି ଉଦ୍ୟମ କରାଯାଇଛି।