ପରମାଣୁ ମୁକ୍ତ ବିଶ୍ୱ ପାଇଁ ଆହ୍ୱାନ୍‌ ଦେଲେ ଜିନ୍‌ପିଙ୍ଗ

ଜେନିବା: ଚିନ୍‌ ରାଷ୍ଟ୍ରପତି ସି ଜିନ୍‌ଫିଙ୍ଗ ପରମାଣୁ ମୁକ୍ତ ବିଶ୍ୱ ବନାଇବାକୁ ଆହ୍ୱାନ ଦେଇଛନ୍ତି। ଜେନିଭାର ସଂଯୁକ୍ତ ରାଷ୍ଟ୍ରରେ ଅନୁଷ୍ଠିତ ଏକ ସମ୍ମିଳନୀରେ ଜିନ୍‌ପିଙ୍ଗ ଉଦବୋଧନ ଦେଇ ସବୁ ରାଷ୍ଟ୍ରକୁ ପରମାଣୁ ଅସ୍ତ୍ରଶସ୍ତ୍ର ମୁକ୍ତ କରି ଏକ ପରମାଣୁ ମୁକ୍ତ ବିଶ୍ୱ ଗଢ଼ିବାକୁ କହିଛନ୍ତି। ସମଗ୍ର ଦେଶରେ ପରମାଣୁ ଅସ୍ତ୍ରକୁ ନିଷିଦ୍ଧ କରିଦେବା ସହ ଗଚ୍ଛିତ ଭଣ୍ଡାରକୁ ନଷ୍ଟ କରିଦେବା ଉଚିତ୍‌ ବୋଲି ସେ ତାଙ୍କ ଅଭିଭାଷଣରେ କହିଛନ୍ତି।

ସେ କହିଛନ୍ତି, “କ୍ଷମତାଶାଳୀ ରାଷ୍ଟ୍ରର ପ୍ରଭୁତ୍ୱକୁ ଆମକୁ କ୍ଷୁର୍ଣ୍ଣ କରିବା ଦରକାର। ବଡ଼ ଶକ୍ତିଶାଳୀ ରାଷ୍ଟ୍ର ଛୋଟ ଶକ୍ତି ଥିବା ରାଷ୍ଟ୍ର ଉପରେ ନିଜର ଇଚ୍ଛା ଶକ୍ତି ଲଦିବା ପରିବର୍ତ୍ତେ ସେମାନଙ୍କୁ ସମାନ ନଜରରେ ଦେଖିବା ଜରୁରୀ।