ଚୁଟ୍‌କିରେ ଡାଉନ୍‌ଲୋଡ୍‌: ସ୍ପିଡ୍‌ ବଢାଇଲା ଜିଓ

ନୂଆଦିଲ୍ଲୀ: ଟେଲିକମ ଇଣ୍ଡଷ୍ଟ୍ରିରେ ନିଜ ଦବଦବା ଜାହିର କରି ଆସୁଥିବା ରିଲିଆନ୍ସ ଜିଓର ଚର୍ଚ୍ଚା ଥମିବାର ନାଁ ଧରୁନି। ମାଗଣା ସେବା ପ୍ରଦାନ କରି ଗ୍ରାହକଙ୍କୁ ନିଜ ନେଟୱର୍କ ସହ ଯୋଡିବା ପରେ ଏବେ ଭିନ୍ନ ଭିନ୍ନ ଅଫର ମାଧ୍ୟମରେ ଗ୍ରାହକଙ୍କୁ ଆକୃଷ୍ଟ କରିବାରେ ଲାଗିଛି ଜିଓ। ଯେଉଁଥିପାଇଁ ଏପର୍ଯ୍ୟନ୍ତ ୧୦୦ ମିଲିୟନରୁ ଅଧିକ ଗ୍ରାହକଙ୍କୁ ବାନ୍ଧି ରଖିପାରିଥିବା କମ୍ପାନୀ ଦାବି କରୁଛି। ଏଣିକି ଜିଓ ଡାଉନଲୋଡିଂରେ ପୂର୍ବଭଳି ଆଉ ଗ୍ରାହକଙ୍କୁ ଅସୁବିଧାର ସମ୍ମୁଖିନ ହେବାକୁ ପଡିବନି। କାରଣ ଜିଓର ଡାଉନଲୋଡିଂ ସ୍ପିଡ୍‌ ଏବେ ବୃଦ୍ଧି ପାଇଛି। ଫଳରେ ଜିଓ ବ୍ୟବହାରକାରୀ ଏବେ ଡାଉନଲୋଡିଂରେ ଅତିକମରେ ୧୮.୪୮ ଏମବିପିଏସ ସ୍ପିଡ୍‌ ପାଇପାରିବେ। ଏହା ପୂର୍ବରୁ ଜିଓର ଡାଉନଲୋଡ ସ୍ପିଡ୍‌ ୧୬.୪୮ ଏମବିପିଏସ୍‌ ରହିଥିଲା। ଅନ୍ୟପଟେ ‘ଟ୍ରାଇ’ ଅନୁସାରେ ଦ୍ୱିତୀୟ ଫାଷ୍ଟ ନେଟୱର୍କ ଭାବେ ଏୟାରଟେଲର ଡାଉନଲୋଡ ସ୍ପିଡ୍‌ ୬.୫୭ ଏମବିପିଏସ ରହିଛି।