ଦୈନିକ ୧.୫ ଜିବି ଡାଟା ସହ ଦାମ୍ ୫୦ ଟଙ୍କା କମ୍ 

ଜିଓ ଗ୍ରାହକ ପାଇଁ ଖୁସି ଖବର। ଆସନ୍ତା ଜାନୁଆରୀ ୨୬ ତାରିଖରୁ ଜିଓ ଆଣୁଛି ଧମାକେଦାର ଅଫର୍। ସଧାରଣତନ୍ତ୍ର ଦିବସ ଉପଲକ୍ଷେ ଜିଓ ତାର ସବୁଠୁ ଅଧିକ ପ୍ରଚଳିତ ପ୍ଲାନର ଦାମ୍ କମାଇବା ସହ ୫୦% ଡାଟା ମଧ୍ୟ ବଢ଼ାଇଦେଇଛି।  ଅର୍ଥାତ୍ ୧ଜିବି ବଦଳରେ ୧.୫ ଜିବି ଓ ୧.୫ ଜିବି ବଦଳରେ ୨ଜିବି ଡାଟା ମିଳିବ। ଏହା ବ୍ୟତୀତ କିଛି ପ୍ଲାନର ବୈଧତା ମଧ୍ୟ ବଢ଼ାଇଦେଇଛି।  ଏହି ସବୁ ପ୍ଲାନ୍ ଆସନ୍ତା ୨୬ ତାରିଖରୁ ଲାଗୁ ହୋଇଯିବ। ଆସନ୍ତୁ ଜାଣିବା କେଉଁ ପ୍ଲାନରେ କ’ଣ ଅଫର ରହିଛି।

୩୯୯- ଏହି ପ୍ଲାନରେ ଦୈନିକ ୧.୫ ଜିବି ଡାଟା ମିଳିବ। ଏହା ବ୍ୟତୀତ ଫ୍ରି କଲିଂ ଓ ଏସ୍‌ଏମ୍‌ଏସ୍ର ସୁବିଧା ମିଳିବ। କିନ୍ତୁ ଏହି ସୁବିଧା କେବଳ ପ୍ରାଇମ୍ ମେମ୍ବର ହିଁ ଉପଭୋଗ କରିପାରିବେ। ବର୍ତ୍ତମାନ ଏହି ପ୍ଲାନ୍‌ର ଦାମ୍ ୪୫୯ ଟଙ୍କା ରହିଛି।

୯୮- ଏହି ପ୍ଲାନରେ ଫ୍ରି ଭଏସ୍ କଲିଂ ଓ ଏସ୍‌ଏମ୍‌ଏସ୍ ସହ ୨୮ ଦିନ ଯାଏଁ ୨ଜିବି ହାଇସ୍ପିଡ୍ ୪ଜି ଡାଟା ମିଳିବ। ବର୍ତ୍ତମାନ୍ ଏହାର ବୈଧତା ୧୪ ଦିନ ଥିଲା। ବର୍ତ୍ତମାନ ଏହାକୁ ବଢ଼ାଇ ଦୁଇଗୁଣ କରିଦିଆଯାଇଛି।

୧୪୯-  ଏହି ପ୍ଲାନରେ ୨୮ ଦିନ ଯାଏଁ  ୧.୫ ଜିବି ଡାଟା ମିଳିବ। ବର୍ତ୍ତମାନ୍ ଏହାର ଦାମ୍ ୧୯୯ଟଙ୍କା ଓ ବୈଧତା ୧୪ ଦିନ ରହିଛି। ଏହା ବ୍ୟତୀତ ୩୪୯ ପ୍ଲାନର ବୈଧତା ୭୦ ଦିନ  ଓ ୩୯୯ ଟଙ୍କାର ପ୍ଲାନ୍ ୮୪ ଦିନ୍ ଓ ୪୪୯ ଟଙ୍କା ପ୍ଲାନର ବୈଧତା ୯୧ ଦିନକୁ ବଢ଼ାଇ ଦିଆଯାଇଛି।

ଦୈନିକ ୨ଜିବି ଡାଟା ପ୍ଲାନ୍- କମ୍ପାନୀ ତାର ୧.୫ ଜିବି ଡାଟା ପ୍ଲାନ୍ ଗୁଡ଼ିକୁ ବଢ଼ାଇ ୨ଜିବି କରିଦେଇଛି। ୨୬ ତାରିଖରୁ ୪ଟି ଦୈନିକ ୨ଜିବି ପ୍ଲାନ୍ ମିଳିବ। ଅର୍ଥାତ୍ ୧୯୮ ଟଙ୍କା ପ୍ଲାନ୍‌ରେ ୨୮ ଦିନ, ୩୯୮ ଟଙ୍କାରେ  ୭୦ ଦିନ , ୪୪୪ ଟଙ୍କାରେ ୮୪ ଦିନ, ୪୯୮ରେ ୯୧ ଦିନ ଯାଏଁ ଦୌନିକ ୨ଜିବି ଡାଟା ମିଳିବ।