ବଜାରକୁ ଆସିଲା  ଜିଓ ଗୁପଚୁପ୍ : ଅଫର୍ ଜାଣିଲେ ଆପଣଙ୍କ ପାଟିରୁ ବାହାରିଯିବ ଲାଳ

‘ଜିଓ’ ନାଁ ଶୁଣିଲେ ମନକୁ ଗୋଟିଏ କଥା ଆସେ ଦମଦାର୍ ଅଫର। ମାଗଣା ଓ ଶସ୍ତା କଲ ପାଇଁ ଜିଓ ଆଜି ପର୍ଯ୍ୟନ୍ତ ଚର୍ଚ୍ଚାରେ ରହି ଆସିଛି। ଜିଓ କ୍ରେଜ୍ ଲୋକଙ୍କ ମନରୁ ନ ଲିଭୁଣୁ ଏବେ ବଜାରକୁ ଆସିଯାଇଛି ଜିଓ ଗୁପଚୁପ। ଆଉ ଏହି ଜିଓ ଗୁପଚୁପ ଅଫର ଦେଉଥିବା ବ୍ୟବସାୟୀ ଏବେ ସୋସିଆଲ୍ ମିଡିଆରେ ପାଲଟିଛନ୍ତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ। ଗୁଜୁରାଟ ପୋରବନ୍ଦରର ରବି ଜଗଦବା। ରିଲାଏନ୍ସ ଜିଓର ଶସ୍ତା ପ୍ଳାନରେ ପ୍ରଭାବିତ ହୋଇ ରବି ତାଙ୍କ ଗୁପଚୁପ ବ୍ୟବସାୟରେ ବି ଜିଓ ଅଫର ଲଗାଇଛନ୍ତି । ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ସେ ଖାସ ଅଫର ସବୁ ରଖିଛନ୍ତି। ଯେକୌଣସି ଗ୍ରାହକ ରବିଙ୍କ ଗୁପଚୁପ ଦୋକାନରୁ ଏହି ଶସ୍ତା ଅଫରର ଲାଭ ଉଠାଇ ଗୁପଚୁପ ଖାଇ ପାରିବ।

ଏ ହେଉଛି ଜିଓ ଗୁପଚୁପର ଅଫର 

ରବି ଗପଚୁପ୍ ଖାଉଥିବା ଗ୍ରାହକଙ୍କ ପାଇଁ ଉଭୟ ଦୈନିକ ଓ ମାସିକ ପ୍ଲାନ୍। ଦୈନିକ ଅଫର 100 ଟଙ୍କା  ରହିଛି। ଅର୍ଥାତ 100ଟଙ୍କା ଜମା କରି ଜଣେ ବ୍ୟକ୍ତି ଯେତେ ଇଚ୍ଛା ଅର୍ଥାତ୍ ସେଦିନ ପାଇଁ ଅନଲିମିଟେଡ ଗୁପଚୁପ ଖାଇପାରିବେ। ମାସିକ 1000 ଟଙ୍କାର ପ୍ଳାନ ରହିଛି। ଅର୍ଥାତ 1000 ଟଙ୍କା ଜମା କରି ଜଣେ ବ୍ୟକ୍ତି ପୁରା ମାସରେ ଯେତେ ଇଚ୍ଛା ସେତେ ଗୁପଚୁପ ଖାଇ ପାରିବେ।