ଜେଏନ୍‌ୟୁ ଛାତ୍ର ସଂସଦ ନିର୍ବାଚନରେ ୫୭.୬ ପ୍ରତିଶତ ମତଦାନ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ନୂଆଦିଲ୍ଲୀ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଆଜି ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଛି  ଜେଏନ୍‌ୟୁ କ୍ୟାମ୍ପସରେ ଏଥିପାଇଁ ୪ଟି ମତଦାନ କେନ୍ଦ୍ର କରାଯାଇଥିବା ବେଳେ ପ୍ରାୟ ୮ହଜାର ଛାତ୍ରଛାତ୍ରୀ ମତଦାନ କରିଛନ୍ତି। ପାଖାପାଖି ୫୭.୬ ପ୍ରତିଶତ ମତଦାନ ହୋଇଥିବା ରେକର୍ଡ କରାଯାଇଛି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବା ଏବିଭିପି, ସିଟ୍ ସଂଖ୍ୟା କମିବା ଓ କ୍ୟାମ୍ପସରେ ହସ୍ପିଟାଲ ପ୍ରତିଷ୍ଠା କରିବାକୁ ନିର୍ବାଚନ ଲଢେଇରେ ଅସ୍ତ୍ର କରିଥିବା ବେଳେ ବାମପନ୍ଥୀ ପ୍ରତିପକ୍ଷ ନଜୀବ ଅହମ୍ମଦ ନାମକ ଜଣେ ଛାତ୍ରଙ୍କ ନିଖୋଜ ପ୍ରସଙ୍ଗକୁ ନେଇ ମତ ସଂଗ୍ରହ କରିଛି। ଏବିଭିପି ଏଥର ଜେଏନ୍‌ୟୁକୁ କବ୍‌ଜା କରିବାକୁ ସମ୍ପୂର୍ଣ୍ଣ ଜୋର ଦେଇଛି। ସେପ୍ଟେମ୍ବର ୧୧ ତାରିଖରେ ଜେଏନ୍‌ୟୁ ଛାତ୍ର ସଂସଦ ନିର୍ବାଚନ ଫଳାଫଳ ବାହାରିବ।