୨ ନମ୍ବର କୋଠରୀରେ ରହିବେ ସଲମାନ, କାଲି ମିଳିବ ପୋଷାକ

ଯୋଧପୁର: କଳା ହରିଣ ପାଇଁ ହରଡ଼ ଘଣାରେ ସଲମାନ୍‌ ଖାନ୍‌। ଭାଇଜାନ ହରିଣ ମୋହର ପଡି ଯେଉଁ ଭୁଲ କରିଥିଲେ ତାକୁ ନେଇ ଆଜି ତାଙ୍କୁ ଜେଲ୍‌ଦଣ୍ଡ ଭୋଗିବାକୁ ପଡିଛି। ବର୍ଷେ କି ୨ ବର୍ଷ ନୁହେଁ ୫ ବର୍ଷ କାରାଦଣ୍ଡ ଶୁଣାଇଛନ୍ତି ଜୋଧପୁର କୋର୍ଟ। ଦୁଇ ଦଶନ୍ଧି ଧରି ଚାଲିଥିବା ଏହି ମାମଲାରେ ସଲମାନ ଏକୁଟିଆ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଅନ୍ୟ ସମସ୍ତ ଅଭିଯୁକ୍ତ ସୈଫ ଅଲୀ ଖାନ୍, ସୋନାଲି ବେନ୍ଦ୍ରେ, ନୀଲମ ଓ ତବୁ ଦୋଷମୁକ୍ତ ହୋଇଛନ୍ତି। ଦଣ୍ଡ ଶୁଣାଣି ପରେ ତାଙ୍କୁ ସିଧା ଯୋଧପୁର ଜେଲକୁ ନିଆଯାଇଥିଲା। ସେଠାରେ ତାଙ୍କୁ ୨ନଂ କୋଠରୀରେ ରଖାଯାଇଥିବା ବେଳେ କଏଦୀ ନଂ. ମିଳିଛି ୧୦୬। ଆସନ୍ତା କାଲି ତାଙ୍କୁ କଏଦୀ ପୋଷାକ ଦିଆଯିବ ବୋଲି କୋର୍ଟ ପକ୍ଷରୁ କୁହାଯାଇଛି।

ଆହୁରି ପଢନ୍ତୁ : ଜେଲ୍ ଗଲେ ସଲମାନ

ମୁଖ୍ୟ ନ୍ୟାୟାଧିଶ ମାଜିଷ୍ଟ୍ରେଟ ଦେବ କୁମାର ଖତ୍ରି ୧୯୯୮ରେ ହୋଇଥିବା ଏହି ଘଟଣା ସମ୍ପର୍କିତ ୨୮ମାର୍ଚ୍ଚରେ ଦାୟର ମକୋଦ୍ଦମାର ଶୁଣାଣି କରି ଏହି ନିଷ୍ପତ୍ତି ଶୁଣାଇଛନ୍ତି। ଏଣେ କେବଳ ସଲମନଙ୍କୁ ଦଣ୍ଡ ଘୋଷଣା ହୋଇ ଅନ୍ୟ ଅଭିଯୁକ୍ତମାନେ ନିର୍ଦ୍ଦୋଶରେ ଖଲାସ ହୋଇଥିବାରୁ ବିଷ୍ଣୋଈ ସମାଜ ପକ୍ଷରୁ ଅସନ୍ତୋଷ ବ୍ୟକ୍ତ କରାଯାଇଛି।

ସୂଚନାଯୋଗ୍ୟ, ୧୯୯୮ ମସିହା ଅକ୍ଟୋବର ୨ ତାରିଖରେ ଯୋଧପୁରରେ କୃଷ୍ଣସାର ମୃଗ ଶିକାର ହୋଇଥିଲା। ସଲମାନଙ୍କ ସମେତ ଅନ୍ୟ କଳାକାରମାନେ ହିନ୍ଦୀ  ଫିଲ୍ମ ‘ହମ୍ ସାଥ ସାଥ ହେ’ର ସୁଟିଂ ବେଳେ କୃଷ୍ଣସାର ମୃଗ ଶିକାର କରିଥିବା ନେଇ ଅଭିଯୋଗ ହୋଇଥିଲା

 

ଆହୁରି ପଢନ୍ତୁ: ଅଡିସନ୍‌ ଭିଡିଓ ଭାଇରାଲ୍, କ’ଣ କରୁଛନ୍ତି ଦେଖନ୍ତୁ

 

ଆହୁରି ମଧ୍ୟ ପଢନ୍ତୁ: ସାମ୍ନାକୁ ଆସିଲା ସଲମାନ ଜେଲ୍‌ ଯିବା ସମୟର ଫଟୋ