ଅପରେସନ୍ ଥିଏଟର ଭିତରେ ଝଗଡ଼ା ଲାଗିଲେ ଡାକ୍ତର, ଚାଲିଗଲା ନବଜାତ ଶିଶୁର ଜୀବନ

ନୂଆଦିଲ୍ଲୀ: ଅପରେସନ୍ ଥିଏଟର ଭିତରେ ଡାକ୍ତରଙ୍କ ଭିତରେ କଳି। ଆଉ ଏହାର ପରିଣାମ ସ୍ୱରୂପ ପ୍ରାଣ ହରାଇଲା ଏକ ନବଜାତ ଶିଶୁ। ଏଭଳି ଏକ ଅଭାବନୀୟ ଓ ସମ୍ବେଦନଶୀଳ ଘଟଣା ଘଟିଛି ରାଜସ୍ଥାନ ଯୋଧପୁରର ଉମେଦ ହସପିଟାଲରେ। ଦୁଇ ଡାକ୍ତରଙ୍କ ବଚସାର ଭିଡିଓ ଭାଇରାଲ୍ ହେବା ପରେ ଘଟଣା ସାମ୍ନାକୁ ଆସିଛି। ଅନ୍ୟପକ୍ଷରେ ଘଟଣା ଜଣାପଡିବା ପରେ ଦୁଇ ଡାକ୍ତରଙ୍କୁ ନିଲମ୍ବିତ କରାଯାଇଛି। ଉମେଦ ମେଡିକାଲର ପ୍ରିନ୍ସପାଲ ଏଏଲ୍ ଭଟ୍ଟ ସୂଚନା ଏହି ଦେଇଛନ୍ତି।

ଘଟଣାଟି ଏହିପରି। ଗତକାଲି ଯୋଧପୁରର ଉମେଦ ହସପିଟାଲରେ ଅପରେସନ୍ ଥିଏଟରରେ ଜଣେ ଗର୍ଭବତୀଙ୍କ ଅସ୍ତ୍ରୋପଚାର କରାଯାଉଥିଲା। ଏହି ସମୟରେ ଅପରେସନ୍ କରୁଥିବା ଦୁଇ ଡାକ୍ତରଙ୍କ ମଧ୍ୟରେ ଗାଇନାକୋଲୋଜିଷ୍ଟ ଓ ଏନୋସ୍ଥେଟିକ୍ ସଂପର୍କରେ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ଅପରେସନ ଟେବୁଲରେ ଶୋଇଥିବା ମହିଳାଙ୍କ ପେଟ କଟା ଯାଇ ଖୋଲା ରଖାଯାଇଥିଲା।

ସୂଚନା ଅନୁଯାୟୀ, ଦୀର୍ଘ ସମୟ ଧରି ଗର୍ଭବତୀ ମହିଳାଙ୍କୁ ଅଚେତ ଭାବେ ରଖିବା ଜୀବନ ପ୍ରତି ବିପଦପୂର୍ଣ୍ଣ ହୋଇଥାଏ। କିନ୍ତୁ ଝଗଡ଼ା କରୁଥିବା ଏହି  ଦୁଇ ଡାକ୍ତର ଏହି କଥା ଭୁଲି ଯାଇଥିଲେ।

ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଡାକ୍ତରଙ୍କ କାର୍ଯ୍ୟଶୈଳୀ ଓ ଅପରେସନ୍ ଥିଏଟରର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

 

ସୌଜନ୍ୟ-ଟେନ୍‌ଟିଭିନ୍ୟୁଜ୍