ରାଜନୀତି ଶିଖାଇବା ପାଇଁ ଖୋଲିବ ସ୍କୁଲ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ରାଜନେତାଙ୍କୁ ପଲିଟିକାଲ ଟ୍ରେନିଂ ପ୍ରଦାନ ପାଇଁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାକୁ ଯାଉଛନ୍ତି। ଦେଶର ପ୍ରଥମ ପଲିଟିକାଲ୍‌ ଟ୍ରେନିଂ ସ୍କୁଲ ଖୋଲା ଯିବା ପ୍ରସ୍ତାବକୁ ଯୋଗୀ ସରକାରଙ୍କ କ୍ୟାବିନେଟ୍‌ ମଞ୍ଜୁରୀ ଦେଇଛନ୍ତି। ଗାଜିଆବାଦ୍‌ରେ ନେତାମାନଙ୍କ ପାଇଁ ଏହି ଟ୍ରେନିଂ ନୀ ଇନଷ୍ଟିଚ୍ୟୁଟ୍‌ ଶୀଘ୍ର ଖୋଲାଯିବ ବୋଲି ସୂଚନା ମିଳିଛି।

ଏହି ଟ୍ରେନିଂ ସ୍କୁଲ ପାଇଁ ଯୋଗୀ ସରକାର ୧୬୮ କୋଟି ଟଙ୍କାର ପ୍ରୋଜେକ୍ଟ କରିଛନ୍ତି। ତେବେ କ୍ୟାବିନେଟ୍‌ ପ୍ରାଥମିକ ପର୍ଯ୍ୟାୟରେ ୫୦ କୋଟି ଟଙ୍କାର ବ୍ୟୟ ମଞ୍ଜୁର କରିଛି।

ସହର ବିକାଶ ମନ୍ତ୍ରୀ ସୁରେଶ ଖନ୍ନା କହିଛନ୍ତି, “ଦୁଇ ବର୍ଷ ମଧ୍ୟରେ ଏହି ଟ୍ରେନିଂ ଇନଷ୍ଟିଚ୍ୟୁଟ୍‌ ନିର୍ମାଣ ହୋଇଯିବ। ଏଠାରେ ଲୋକଙ୍କୁ ରାଜନୀତି ବିଷୟରେ ପାଠ ପଢ଼ାଯିବା ସହ ରାଜନୀତିକ ଟ୍ରେନିଂ ଦିଆଯିବ।”

ଏଠାରେ ମେୟରଙ୍କ ଠାରୁ ଆରମ୍ଭ କରି ସାଂସଦଙ୍କ ପର୍ଯ୍ୟନ୍ତ ବିଭିନ୍ନ ପଦ ପାଇଁ ଟ୍ରେନିଂ ଦିଆଯିବ। ଏଥିପାଇଁ ଯୋଗୀ ସରକାର ୬୦ ଏକର ଜମି ଅଧିଗ୍ରହଣ କରାସରିଛନ୍ତି।