୧୬ବର୍ଷ ଜେଲରେ ରହି ଫେରିବା ପରେ ସିଇଓ ହେବେ ଜନ୍‌ ଭୋଲୱାର୍ଡ

ସାମରୱିଲେ: ନିଜର ଗାର୍ଲଫ୍ରେଣ୍ଡ୍‌ କୁ ବଳାତ୍କାର କରିଥିବା ଯୁବକକୁ ହତ୍ୟା କରିଥିବା ଅଭିଯୋଗରେ ୨୦ ବର୍ଷ ବୟସରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ ୧୬ବର୍ଷ ଜେଲରେ ରହି ଫେରିଥିବା ଜନ୍‌ ଭୋଲୱାର୍ଡ ନୂଆ ବର୍ଷର ଆରମ୍ଭରେ ‘ୟୁଥ୍‌ବିଲ୍ଡ ୟୁଏସଏ ଇଙ୍କ‘ ସଂଗଠନର ସିଇଓ ହେବାକୁ ଯାଉଛନ୍ତି। ଏହି ସଂଗଠନ ସ୍କୁଲ ପାଠ ଛାଡ଼ିସାରିଥିବା ଯୁବକଗୋଷ୍ଠୀ ପୁଣିଥରେ ପାଠ ପଢ଼ାଇ କାମ କରିବାର କୌଶଳ ଶିଖାଇଥାଏ।

ଜେଲରେ ଥିବା ସମୟରେ ସମୟର ସଦୁପଯୋଗ କରିବାକୁ ଯାଇ ଜନ୍‌ ଦୁଇଟି କଲେଜ ଡିଗ୍ରୀ ହାସଲ କରିବା ସହ ସାଥୀ କଏଦୀଙ୍କୁ ପାଠ ପଢ଼ାଉଥିଲେ। ଏହା ସହିତ ସେ ଏଚଆଇଭି-ଏଡସ୍‌ର କାଉନସିଲର ଭାବେ କାମ କରୁଥିଲେ।