ଜେଏସ୍ ପିଏଲ୍ ଟେନସା ଖଣିକୁ ଜେଆଇପିଏମ୍ ଟିପିଏମ୍ ଉତ୍କର୍ଷତା ପୁରସ୍କାର

ଟେନସା: ଜିନ୍ଦଲ ଷ୍ଟିଲ ଏଣ୍ଡ୍ ପାୱାର ଲିମିଟେଡ୍ (ଜେଏସ୍ ପିଏଲ୍)ର ସ୍ଥାନୀୟ ଟି ଆର ବି ଲୌହ ଖଣି, ଟୋଟାଲ୍ ପ୍ରୋଡକଟିଭ୍ ମେନଟେନନ୍ସ୍ (ଟି ପି ଏମ୍) ରେ ସର୍ବୋଚ ଉତ୍କର୍ଷତା ପାଇଁ ଜାପାନ ର ଟୋକିୟୋ ସ୍ଥିତ ଜାପାନ୍ ଇନଷ୍ଟିଚ୍ୟୁଟ ଅଫ ପ୍ଲାଣ୍ଟ ମେନଟେନନ୍ସ୍ (ଜେଆଇପିଏମ୍) ପକ୍ଷରୁ ୨୦୧୭ ବର୍ଷ ପାଇଁ ଟି ପି ଏମ୍ ଏକସିଲେନସ୍ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛି । ଜେଆଇପିଏମ୍ ପକ୍ଷରୁ ଏହା ବୁଧବାର ଘୋଷଣା କରାଯାଇଛି ।

ଏହି ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ ଏକଜିକ୍ୟୁଟିଭ୍ ଡିରେକ୍ଟର ଏବଂ ଗ୍ରୁପ ମୁଖ୍ୟ (ମାଇନସ୍ ଏଣ୍ଡ ମିନେରଲ୍) ଶ୍ରୀ ଆଶିଷ କୁମାର କହିଲେ, “ଜେଆଇପିଏମ୍ ଭଳି ଆନ୍ତର୍ଜାତୀୟ ସଂସ୍ଥା ଦ୍ବାରା ସମ୍ମାନିତ ହେବ। ବାସ୍ତବରେ ଏକ ଗୌରବର ବିଷୟ ।ଏହି ମାଇନସ୍ ରେ ଆମେ ଉତ୍ପାଦନ, ଗୁଣବତ୍ତା, ସ୍ବାସ୍ଥ୍ୟ, ସୁରକ୍ଷା ଏବଂ ପରିବେଶ ସଂକ୍ରାନ୍ତିୟ ନିୟମ ଗୁଡିକୁ ସଠିକ୍ ପ୍ରତିପାଳନ କରିବା ସହ ଏଗୁଡିକୁ ବଜାୟ ରଖି ଆସୁଛୁ Iଏହା ନିଶ୍ଚିତଭାବରେ ଏକ ବିଶ୍ବସ୍ତରୀୟ ପରାକାଷ୍ଠା ସୃଷ୍ଟି କରି ଖଣି ସଂସ୍ଥା ସହ ଜଡିତ ସମସ୍ତଙ୍କୁ ଉତ୍ସାହିତ କରିବ ବୋଲି ମୋର ଦୃଢ ବିଶ୍ବାସ ।”

ଟି ଆର ବି ଆଇରନ୍ ଓର୍ ମାଇନ୍ସ ଇଉନିଟ୍ ମୁଖ୍ୟ ଶ୍ରୀ ପ୍ରମୋଦ କୁମାର ପାତ୍ର କହିଲେ, “ଏହି ସଫଳତା ପାଇଁ ମୁଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି Iପରିଚାଳନା ରେ ଜେଏସ୍ ପିଏଲ୍ସବୁଠାରୁ ଉଚ ମାପକ ଅନୁସରଣ କରୁଥିବାର ଏହା ପ୍ରତିଫଳିତ କରୁଛି ”

ଏହି ସଫଳତା ଦ୍ବାରା ଟେନସI ମାଇନ୍ସ, ଦେଶରେ କୋଇଲା, ଲୁହା, ବକ୍ସାଇଟ, ମାଂଗାନିଜ଼ ଭଳି ଖଣି ଖନନ ସହ ଜଡିତ ସମସ୍ତ ୟୁନିଟ୍ ଗୁଡିକ ମଧ୍ୟରେ ପ୍ରଥମ ମାଇନ୍ସ ଭାବରେ ଜେଆଇପିଏମ୍ ଦ୍ବାରା ଚୟନ ଲାଭ କରିବାରେ ଗୌରବ ହାସଲ କରିପାରିଛି I

ଜେଆଇପିଏମ୍ ଦ୍ବାରା ୨୦୧୭ ଜୁଲାଇ ଏବଂ ଗତ ମାସ ରେ କରାଯାଇଥିବା ସର୍ଭେକ୍ଷଣ ଅନୁଯାୟୀ ଟି ଆର୍ ବି ମାଇନ୍ସ ସବୁ କ୍ଷେତ୍ରରେ ନିରବଛିନ୍ନ ଭାବରେ ସର୍ବୋଚ୍ଛ ଗୁଣବତ୍ତା ବଜାୟ ରଖିଛି ।

ଏଠାରେ ସୁଚନାଯୋଗ୍ୟ ଯେ, ଜେଏସ୍ ପିଏଲ୍ ର ବଡବିଲ ସ୍ଥିତ ପେଲେଟ୍ ପ୍ଲାଣ୍ଟ ଟି ବିଶ୍ବର ପ୍ରଥମ ପ୍ଲାଣ୍ଟ ହିସାବରେ ଜେଆଇପିଏମ୍ ରୁ ୨୦୧୬ ମସିହାରେ ସର୍ବୋଚ ଉତ୍କର୍ଷତାପୁରସ୍କାର ଲାଭ କରିଥିଲା