ମୟୂର ବ୍ରହ୍ମଚାରୀ ବୋଲି କହିଥିବା ବିଚାରପତି ପୁଣି ଚର୍ଚ୍ଚାରେ; ଏଥର କହିଲେ- ବିଜ୍ଞାନଠୁ ଊର୍ଦ୍ଧ୍ୱରେ ପୁରାଣ

ନୂଆଦିଲ୍ଲୀ: ଜାତୀୟ ପକ୍ଷୀ ମୟୂରକୁ ବ୍ରହ୍ମଚାରୀ କହି ଚର୍ଚ୍ଚାରେ ଥିବା ରାଜସ୍ଥାନ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ମହେଶ ଚନ୍ଦ୍ର ଶର୍ମା ପୁଣି ଥରେ ଏକ ବୟାନ ଦେଇଛନ୍ତି। ମୟୂର ସଂପର୍କରେ ସେ ଦେଇଥିବା ମନ୍ତବ୍ୟ ସପକ୍ଷରେ ଯୁକ୍ତି ବାଢ଼ି ଦେଇଛନ୍ତି ଏହି ନୂଆ ବୟାନ।

ଏଥିରେ ସେ କହିଛନ୍ତି,“ପୌରାଣିକ ବିଷୟବସ୍ତୁ ବିଜ୍ଞାନଠୁ ଊର୍ଦ୍ଧ୍ୱରେ। ଆପଣ କୌଣସି ବୈଜ୍ଞାନିକ କିମ୍ୱା ପଶୁପାଳନ ସହିତ ଜଡ଼ିତ ଲୋକଙ୍କୁ ଏ ନେଇ ପଚାରି ପାରିବେ। ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥା ହେଉଛି ମୟୂର ବ୍ରହ୍ମଚାରୀ ବୋଲି ଆମର ପବିତ୍ର ପୁସ୍ତକଗୁଡ଼ିକରେ ଲେଖା ଯାଇଛି।”

ବୁଧବାର ଜଷ୍ଟିସ୍ ଶର୍ମା କହିଥିଲେ ଯେ ମୟୂର ବ୍ରହ୍ମଚାରୀ ହୋଇଥିବାରୁ ତାକୁ ଜାତୀୟ ପକ୍ଷୀ ଘୋଷଣା କରାଯାଇଛି। ସେ ମୟୂରୀ ସହିତ ସେକ୍ସ କରେ ନାହିଁ। ମୟୂରର ଲୁହ ପିଇ ମୟୂରୀ ଗର୍ଭବତୀ ହୋଇଥାଏ।

ରିପୋର୍ଟ ଓ ଫଟୋ-ଆଜ୍‌ତକ୍‌