ଯୁଦ୍ଧ ବିମାନ ଖସାଇବା ଘଟଣା: ପୁଟିନ କହିଲେ ପଛରୁ ହୋଇଛି  ଛୁରାଘାତ,ବହୁ ମୂଲ୍ୟ ଦେବ ତୁର୍କୀ

ମସ୍କୋ: ସିରିଆ ସୀମାନ୍ତରେ ୠଷର ଯୁଦ୍ଧ ବିମାନକୁ ଆକ୍ରମଣ କରି ଖସାଇ ଦେଇଛି ତୁର୍କୀ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ଯୁଦ୍ଧ ବିମାନ ତୁର୍କୀର ବାୟୁ ସୀମା ଉଲ୍ଲଂଘନ କରିଥିବାରୁ ଏହାକୁ ଖସାଇ ଦିଆଯାଇଛି। ତୁର୍କୀର ଏକ ଟିଭି ଚ୍ୟାନେଲ ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି। ବିମାନଟିକୁ କିଭଳି ଟାର୍ଗେଟ କରାଯାଇଛି ଏବଂ ନିଆଁରେ ଜଳି ବିମାନଟି କିଭଳି ତଳକୁ ଖସୁଛି ତାହା ଭିଡିଓରେ ଦେଖିବାକୁ ମିଳିଛି । ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ୠଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ। ଜୋର୍ଡାନର କିଙ୍ଗ ଅବବ୍ଦୁଲ୍ଲାଙ୍କୁ ଭେଟିବା ଅବସରରେ ସେ କହିଛନ୍ତି ଯେ ଏହା ପଛରେ ଛୁରୀରେ ଆଘାତ ଦେବା ଭଳି ଘଟଣା। ଏହି ଘଟଣା ପାଇଁ ତୁର୍କୀକୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ସେ ଚେତାବନୀ ଦେଇଛନ୍ତି।