ଯୁଦ୍ଧ ବିକଳ୍ପ ନୁହେଁ, ପାକିସ୍ତାନ ସହ ଆଲୋଚନା ଜାରି ରହିବ: ସୁଷମା

ନୂଆଦିଲ୍ଲୀ: ଆତଙ୍କବାଦର ଛାୟାକୁ ହଟେଇବା ପାଇଁ ଆଲୋଚନା ହେଉଛି ଏକମାତ୍ର ପନ୍ଥା। ଏହାକୁ ସମୂଳେ ନାଶ କରିବା ପାଇଁ ପାକିସ୍ତାନ ସହିତ  ଯୁଦ୍ଧ ଏକମାତ୍ର ବିକଳ୍ପ ନୁହେଁ। ତେଣୁ ପାକିସ୍ତାନ ସହିତ ଆଲୋଚନା ଜାରି ରଖିବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ବୁଧବାର ଲୋକସଭାରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଏହି ସୂଚନା ଦେଇଛନ୍ତି।

ସେ କହିଥିଲେ, ଆତଙ୍କବାଦ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଆଲୋଚନା ଜାରି ରହିବ ବୋଲି ଗତ ଜୁଲାଇ ମାସରେ ରୁଷର ଉଫାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ନୱାଜ ସରିଫଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା। ନିକଟରେ ପ୍ୟାରିସରେ ମଧ୍ୟ ଉଭୟ ଦେଶର ପ୍ରଧାନମନ୍ତ୍ରୀ ଏହି ପନ୍ଥାରେ କାଏମ ରହିଥିଲେ।