ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସଙ୍ଗ: ସୁପ୍ରିମକୋର୍ଟ ଗଲା କଂଗ୍ରେସ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଉପରେ ଆସିଥିବା ମହାଭିଯୋଗ ପ୍ରସ୍ତାବ ନୋଟିସ୍ ଖାରଜ ହେବାପରେ ପୁଣିଥରେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି କଂଗ୍ରେସ।  ରାଜ୍ୟସଭାର ଦୁଇ କଂଗ୍ରେସ ସାଂସଦ ପ୍ରତାପ ସିଂହ ବାଜୱା ଓ ଅମି ହର୍ସଦରାୟ ୟାଗନିକ ଏନେଇ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଛନ୍ତି।

ମହାଭିଯୋଗ ପ୍ରସ୍ତାବକୁ ଉପରାଷ୍ଟ୍ରପତି ଯେଉଁ ଆଧାରରେ ଖାରଜ କରିଛନ୍ତି ତାହା ଅଗଣତାନ୍ତ୍ରିକ ବୋଲି ପିଟିସନରେ ଦର୍ଶାଯାଇଛି। ଦୁଇ ସାଂସଦ  ଗତ ମାସରେ ୬୦ଜଣ ସାଂସଦଙ୍କ ଦସ୍ତଖତ ଥାଇ କଂଗ୍ରେସ ସମେତ ବିଭିନ୍ନ ଦଳ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ନୋଟିସ୍ ଆଣିଥିଲେ। ତେବେ ଉପରାଷ୍ଟ୍ରପତି ଅଭିଯୋଗର ଯଥାର୍ଥ କାରଣ  ନଥିବା ଦର୍ଶାଇ ନୋଟିସକୁ ଖାରଜ କରି ଦେଇଥିଲେ।