ଜଷ୍ଟିସ୍‌ ସିଏଏସ୍‌ କର୍ଣ୍ଣନଙ୍କୁ ୬ ମାସ ଜେଲ୍‌

ନୂଆଦିଲ୍ଲୀ: କୋଲକତା ହାଇକୋର୍ଟର ଜଷ୍ଟିସ୍‌ ସିଏଏସ୍‌ କର୍ଣ୍ଣନଙ୍କୁ ସୁପ୍ରିମକୋର୍ଟ ୬ ମାସ ଜେଲ୍‌ ଦଣ୍ଡ ଶୁଣାଇଛନ୍ତି। ତାଙ୍କୁ ତୁରନ୍ତ ଗିରଫ କରିବାକୁ ପଶ୍ଚିମବଙ୍ଗ ଡିଜିପିଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ନ୍ୟାୟପାଳିକାର ମାନ ହ୍ରାସ ଓ ସୁପ୍ରିମକୋର୍ଟ ବିଚାରପତିମାନଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିବାରୁ ଜଷ୍ଟିସ କର୍ଣ୍ଣନଙ୍କ ବିରୋଧରେ ଅବମାନନା ମାମଲା ରୁଜୁ ହୋଇଥିଲା। ତାଙ୍କର ମାନସିକ ସ୍ଥିତି ଠିକ୍ ନ ଥିବାରୁ ବିଚାର ଦାୟିତ୍ୱ ନିର୍ବାହ କରିବାକୁ ସେ ଅସମର୍ଥ ବୋଲି ସୁପ୍ରିମକୋର୍ଟ କହିଥିଲେ। ଜଷ୍ଟିସ କର୍ଣ୍ଣନଙ୍କ ମାନସିକ ପରୀକ୍ଷା କରାଯିବାକୁ ଗତ ୧ ତାରିଖରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଯାଇଥିବା ଡାକ୍ତରୀ ଟିମ୍‌କୁ ଜଷ୍ଟିସ୍‌ କର୍ଣ୍ଣନ ଫେରାଇ ଦେଇଥିଲେ।

ସୌଜନ୍ୟ ଫଟୋ -ଏନ୍‌ଟିଭି