କେବଳ ହାଇସ୍ପିଡ୍ ଟ୍ରେନ୍ ନୁହେଁ ଭାରତ ହାଇ ସ୍ପିଡ୍ ଗ୍ରୋଥ୍ ଚାହେଁ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କେବଳ ହାଇସ୍ପିଡ୍ ଟ୍ରେନ୍ ନୁହେଁ ଭାରତ ହାଇ ସ୍ପିଡ୍ ଗ୍ରୋଥ୍ ମଧ୍ୟ ଚାହେଁ। ଦିଲ୍ଲୀରେ ଅନୁଷ୍ଠିତ ହେଉଥିବା ଇଣ୍ତୋ-ଜାପାନ ବିଜନେସ୍ ଲିଡର୍ସ୍ ଫୋରମରେ ବୁଲେଟ୍ ଟ୍ରେନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି। ଏହି ଅବସରରେ ୩ ଦିନିଆ ଭାରତ ଗସ୍ତରେ ଆସିଥିବା ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ମୋଦିଙ୍କୁ ଭେଟିଛନ୍ତି।

ଇଣ୍ତୋ-ଜାପାନ ବାର୍ଷିକ ସମ୍ମିଳନୀରେ ବେସାମରିକ ପରମାଣୁ ଶକ୍ତି ଓ ଭାରତରେ ବୁଲେଟ୍ ଟ୍ରେନ୍ ଚଳାଚଳ ସହ ଉଭୟ ଦେଶର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ଦୁଇ ଦେଶ ମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇପାରେ। ପରେ ଆବେ ବାରାଣସୀ ଯିବେ। ସେଠାରେ ସେ ଦଶାଶ୍ୱମେଧ ଘାଟରେ ଗଙ୍ଗା ଆଳତି ଦେଖିବାର କାର୍ଯ୍ୟକ୍ରମ ରହିଛି। ଆବେଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ରହିବେ।