କାବୁଲ ବିମାନବନ୍ଦରରେ ଆତ୍ମଘାତୀ ବିସ୍ଫୋରଣ, ୪ ମୃତ

ଆଫଗାନିସ୍ତାନ: ଆଫଗାନିସ୍ତାନ ରାଜଧାନୀ କାବୁଲରେ ସୋମବାର ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରେ ବୋମା ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ୪ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ଲୋକ ଆହତ ହୋଇଥିବା ଜଣାପଡିଛି। ଏହି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ବହୁ ଦୂର ପର୍ଯ୍ୟନ୍ତ ଶୁଣିବାକୁ ମିଳିଥିଲା। ଏହା ସହିତ କଳା ଧୂଆଁରେ ଆଚ୍ଛାଦିତ ହୋଇଯାଇଥିଲା ପୁରା ସହର।କାବୁଲର ସୁରକ୍ଷାକର୍ମୀଙ୍କ କହିବାନୁସାରେ, ଜଣେ ଆତ୍ମଘାତୀ କାର୍ ବୋମା ଆଣି ବିମାନବନ୍ଦରର ପ୍ରବେଶ ପଥରେ ଧକ୍କା ଦେଇଥିଲା।

କାବୁଲରେ ଆଜି ସକାଳୁ ମଧ୍ୟ ଆତଙ୍କୀ ଆକ୍ରମଣ କରିଥିଲା। ଯେଉଁଥିରେ ୨୨ ଲୋକଙ୍କ ମୃତ୍ୟୁ ଘଟିଥିବା ଶହେରୁ ଅଧିକ ଲୋକ ଆହତ ହୋଇଥିଲେ।