କୂଟନୀତିଜ୍ଞ ହତ୍ୟା ମାମଲାର ମିଳିତ ତଦନ୍ତ କରିବେ ପାକିସ୍ତାନ ଓ ଆଫଗାନିସ୍ତାନ

କାବୁଲ: ପାକିସ୍ତାନର କରାଚିରେ ଥିବା ଆଫ୍‌ଗାନ୍‌ ଦୂତାବାସରେ ଜଣେ କୂଟନୀତିଜ୍ଞଙ୍କ ହତ୍ୟା ମାମଲାର ତଦନ୍ତ ଆଫଗାନିସ୍ତାନ ଓ ପାକିସ୍ତାନର ଏକ ମିଳିତ ଅଧିକାରୀ ଦଳ କରିବେ। ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଫଗାନିସ୍ତାନ ସରକାରଙ୍କ ତଦନ୍ତକାରୀ ଟିମ୍‌କୁ କରାଚି ପଠାଯାଇଛି।

ମୃତ କୁଟନୀତିଜ୍ଞଙ୍କ ନାଁ ମହମଦ ଜାକି ଆବଦୁ। ତାଙ୍କୁ ଦୂତାବାସର ଜଣେ ସୁରକ୍ଷାକର୍ମୀ ଗୁଳି କରି ହତ୍ୟା କରିଥିଲେ।