କାବୁଲରେ ବିସ୍ଫୋରଣ, ୨୭ ମୃତ

କାବୁଲ: ଆଫଗାନିସ୍ତାନ ରାଜଧାନୀ କାବୁଲର ଏକ ମସଜିଦ୍‌ରେ ଆଜି ଆତ୍ମଘାତୀ ବିସ୍ଫୋରଣ ଘଟିଛି। ଏହି ଘଟଣାରେ ୨୭ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହାତ ହୋଇଛନ୍ତି।

କାବୁଲ ପୋଲିସ ଖବର ମୁତାବକ ଏହି ଆକ୍ରମଣ ସହରର ଦକ୍ଷିଣ ପଶ୍ଚିମରେ ଥିବା ସିୟା ମସଜିଦ ଭିତରେ କରାଯାଇଛି। ବିସ୍ଫୋରଣ ସମୟରେ ବହୁ ଲୋକ ମସଜିଦ୍‌ରେ ଉପସ୍ଥିତ ଥିଲେ।