କାବୁଲର ସୁରକ୍ଷାକର୍ମୀ ଏକାଡେମୀରେ ଆତ୍ମଘାତୀ ଆକ୍ରମଣ, ୩୫ ମୃତ

କାବୁଲ: ଆଫଗାନିସ୍ତାନ ରାଜଧାନୀ କାବୁଲରେ ସୁରକ୍ଷାକର୍ମୀଙ୍କ କ୍ୱାଟର୍ସକୁ  ଟାର୍ଗେଟ୍ କରି ଗତକାଲି ଆତଙ୍କବାଦୀମାନେ ଆତ୍ମଘାତୀ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୩୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୬ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଗୋଟିଏ ଦିନ ମଧ୍ୟରେ ଆତଙ୍କୀ ଦ୍ୱିତୀୟ ଥର ପାଇଁ ଆକ୍ରମଣ କରିଥିଲେ।

ସୂଚନାନୁସାରେ ଏହି ଆକ୍ରମଣ ସୁରକ୍ଷାକର୍ମୀଙ୍କ ପାଚେରୀ ସମ୍ମୁଖରେ ହୋଇଥିଲା। ଆକ୍ରମଣକାରୀମାନେ ପୋଲିସ ପୋଷାକ ପିନ୍ଧି ବିସ୍ଫୋରଣ କରିଥିବା ଜଣାପଡିଛି।