କାଏରୋରେ ବିସ୍ଫୋରଣ, ୧୨ ମୃତ

କାଏରୋ: ମିଶରର ରାଜଧାନୀ କାଏରୋର ଏକ ରେସ୍ତରାଁରେ ବୋମା ବିସ୍ଫୋରଣ ଘଟି ୧୨ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି,ରେସ୍ତରାଁର ଜଣେ ପୂର୍ବତନ କର୍ମଚାରୀ ଅନ୍ୟ ଦୁଇ ଲୋକଙ୍କ ସହିତ ମିଶି ଏହି ବିସ୍ଫୋରଣ କରିଛି।

ପୋଲିସର କହିବା ଅନୁସାରେ, ବିସ୍ଫୋରଣ ରେସ୍ତାରାଁ ପରିସରରେ ହୋଇଥିବାରୁ ଲୋକେ ବାହାରକୁ ବାହାରି ପାରି  ନ ଥିଲେ। କିଛି ଲୋକଙ୍କ ମୃତ୍ୟୁ ବିସ୍ଫୋରଣରେ  ଘଟିଥିବା ବେଳେ ଆଉ କିଛିଙ୍କର ଧୂଆଁରେ ଅଣନିଶ୍ୱାସୀ ହୋଇ ମୃତ୍ୟୁ ଘଟିଛି। ଆକ୍ରମଣକାରୀମାନେ ଏକ ମୋଟର ସାଇକେଲରେ ଆସି ବିସ୍ଫୋରଣ କରିଥିବା ସ୍ଥାନୀୟ ପୋଲିସ କହିଛି।