ଜଙ୍ଗଲରୁ ମିଳିଲା କୈଳାସ ସତ୍ୟାର୍ଥୀଙ୍କ  ନୋବେଲ ମାନପତ୍ର

ନୂଆଦିଲ୍ଲୀ: ଜଙ୍ଗଲରୁ ଉଦ୍ଧାର ହେଲା ନୋବେଲ ମାନପତ୍ର । ବିଶିଷ୍ଟ ଶିଶୁ ଅଧିକାର କର୍ମୀ କୈଳାସ ସତ୍ୟାର୍ଥୀଙ୍କ ଚୋରି ହୋଇଥିବା ଏହି ମାନପତ୍ରକୁ ପୋଲିସ ଶେଷରେ ଗତକାଲି ଖୋଜିପାଇବାରେ ସଫଳ ହୋଇଛି। ଦିଲ୍ଲୀର ସଙ୍ଗମ ବିହାର ଜଙ୍ଗଲରୁ ଏହି ଅମୂଲ୍ୟ ଜିନିଶକୁ ପୋଲିସ ପାଇଛି। ହଜିଲା ଜନିଶ ଫେରି ପାଇବା ପରେ ଶ୍ରୀ ସତ୍ୟାର୍ଥୀ ପୋଲିସକୁ କୃତଜ୍ଞତା ଜଣାଇଛନ୍ତି। କୈଳାସ କହିଛନ୍ତି ଯେ ଏହି ନୋବେଲ ପୁରସ୍କାର ମୋ ଜୀବନର ସବୁଠାରୁ ବଡ଼ ଉପଲବ୍‌ଧି । ସୂଚନା ଅନୁଯାୟୀ, କୈଳାସ ସତ୍ୟାର୍ଥୀ ୨୦୧୪ରେ ଏହି ପୁରସ୍କାର ପାଇଥିଲେ। ତାଙ୍କ ସହ ପାକିସ୍ତାନର ମାଲାଲା ୟୁସଫଜାଇ ମଧ୍ୟ ଏହି ପୁରସ୍କାର ପାଇବାରେ ସଫଳ ହୋଇଥିଲେ। ତେବେ ଗତ ଫେବୃଆରୀ ୬ ତାରିଖରେ ଦକ୍ଷିଣ ଦିଲ୍ଲୀର ଥିବା କୈଳାସଙ୍କ ବାଷଭବନରୁ ଚୋରି ହୋଇଥିଲା। ଚୋରି ସାମଗ୍ରୀ ମଧ୍ୟରେ ସତ୍ୟାର୍ଥୀ ପାଇଥିବା ନୋବେଲ ପ୍ରତିକୂତି ସହ ମାନପତ୍ର ଥିଲା। ଏନେଇ ଥନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଜାରି ରଖିଥିଲା। ଏହି ଘଟଣାରେ ପୋଲିସ ଗତ ମାସ ୧୨ ତାରିଖରେ ୩ ଜଣଙ୍କୁ ଗିରଫ କରି ଜେରା ବେଳେ ନୋବେଲ ପ୍ରତିକୂତିକୁ ପାଇଥିଲା। ହେଲେ ମାନପତ୍ର ମିଳି ନ ଥିଲା।  ତେବେ ୧୫ ଜଣ ପୋଲିସ ଅଧିକାରୀ ଖୋଜାଖୋଜି କରିବା ପରେ ଗତକାଲି ଏହି ମାନପତ୍ରକୁ ଦିଲ୍ଲୀର ସଙ୍ଗମ ବିହାରର ନିଘଞ୍ଚ  ଜଙ୍ଗଲରୁ ଉଦ୍ଧାର କରାଯାଇଥିବା ଡିସିପି ରୋମିଲ ବାନିୟା କହିଛନ୍ତି।