ନାଥୁଲା ପାସ୍ ଦେଇ କୈଳାସ ମାନସରୋବର ଯାତ୍ରା ବନ୍ଦ

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ବଢୁଥିବା ତିକ୍ତତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କୈଳାସ ନାଥୁଲା ରାସ୍ତା ଦେଇ ମାନସରୋବର ଯାତ୍ରାକୁ ବନ୍ଦ କରି ଦେଇଛନ୍ତି । ଶ୍ରଦ୍ଧାଳୁମାନେ ଏଥର ଉତ୍ତରାଖଣ୍ଡର ଲିପୁଲେକ୍ ଦେଇ କୈଳାସ ଯାତ୍ରା କରିପାରିବେ। ଏହି ଖବର ମିଳିବା ପରେ ନାଥୁଲା ଦେଇ ଯାତ୍ରା କରିବାକୁ ଅପେକ୍ଷା କରିଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅଶାନ୍ତି ଦେଖାଦେଇଥିଲା। ଯାତ୍ରା ଅପେକ୍ଷାରେ ଥିବା 400ରୁ ଅଧିକ ଯାତ୍ରୀଙ୍କ ମଧ୍ୟରୁ ଅଳ୍ପକିଛି ଶ୍ରଦ୍ଧାଳୁ ଯାତ୍ରାକୁ ଅଧାରେ ରଖି ଘରକୁ ଫେରିଆସିଛନ୍ତି। ଭାରତ ଓ ଚୀନ ସେନା ମଧ୍ୟରେ ଲାଗିଥିବା ବିବାଦକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି ।